ଏମ୍ସର ସଫେଇ କର୍ମଚାରୀଙ୍କୁ ଲାଗିଲା ଦେଶର ପ୍ରଥମ କରୋନା ଟିକା

ନୂଆଦିଲ୍ଲୀ: ଆଜି ସମଗ୍ର ଦେଶରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ଅବସରରେ ଦିଲ୍ଲୀ ଏମ୍ସର ଜଣେ ସଫେଇ କର୍ମଚାରୀ ମନୀଷ କୁମାର କରେନା ଟିକା ନେଇଥିବା ଦେଶର ପ୍ରଥମ ବ୍ୟକ୍ତି ହୋଇଯାଇଛନ୍ତି। ମନୀଷଙ୍କୁ ଟିକା ଲାଗିବା ସମୟରେ କେନ୍ଦ୍ର ସ୍ୱସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଉପସ୍ଥିତ ଥିଲେ।

ହର୍ଷବର୍ଦ୍ଧନ କହିଛନ୍ତି ଯେ, ‘ଆଜି ମୁଁ ବହୁତ ଖୁସି ଓ ସନ୍ତୁଷ୍ଟ ଅଛି। ଆମେ ବର୍ଷକ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କରୋନା ବିରୋଧରେ ଲଢ଼ୁଛୁ। ଏହି ଭ୍ୟାକ୍ସିନ କରୋନା ଲଢ଼େଇରେ ସଞ୍ଜିବନୀ ପରି କାମ କରିବ।’

ସେହିପରି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡା.ରଣଦୀପ ଗୁଲେରିୟା କରୋନା ଟିକା ଲଗାଇଛନ୍ତି। ଏଥିସହିତ ମୁମ୍ବାଇ କୁପର ହସ୍ପିଟାଲରେ ମହାରାଷ୍ଟ୍ରର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଦୀପକ ସାୱନ୍ତ ଓ ତାଙ୍କ ପତ୍ନୀ ମଧ୍ୟ ଟିକା ନେଇଛନ୍ତି।