ରାଜ୍ୟରେ ୧୭୮ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୩,୩୩,୧୨୭କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୧୭୮ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୩ଜଣ ଓ ସ୍ଥାନୀୟ ସଂକ୍ରମଣ ୭୫ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୩ହଜାର ୧୨୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୩୦, ସମ୍ବଲପୁରରୁ ୨୪, ଝାରସୁଗଡ଼ାରୁ ୨୩, ପୁରୀରୁ ୧୯, ନୂଆପଡ଼ାରୁ ୧୬, ବରଗଡ଼ରୁ ୧୦, ବାଲେଶ୍ୱର ଓ ଯାଜପୁରରୁ ୭ ଲେଖାଏଁ, ବଲାଙ୍ଗିର ଓ ଖୋର୍ଦ୍ଧାରୁ ୫ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୩ହଜାର ୧୨୭କୁ ବୃଦ୍ଧି ପାଇଥିବାବେଳେ ୩ଲକ୍ଷ ୨୯ହଜାର ୮୮ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧,୮୯୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୨,୦୮୭ ଜଣଙ୍କ ଚିକିତ୍ସା ଜାରି ରହିଛି।