ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ ଗୋଳାବନ୍ଧଠାରେ ଆଜି ଆଦିବାସୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ ବ୍ଲକ ସଭାପତି ନିରାକାର ପ୍ରଧାନ ସଭାପତିତ୍ୱ କରିଥିବାବେଳେ ସମ୍ପାଦକ ରାମସିଂ ମୁଣ୍ଡା, ଉପସଭାପତି ଅବନୀ ଦେହୁରୀ, ପ୍ରଫୁଲ୍ଲ କିସାନ, ଭୋଳେଶ୍ୱର ପ୍ରଧାନ, ପ୍ରଶ୍ନ କୁମାର କିସାନ, ଧର୍ମୁ କିସାନ, ଉପେନ୍ଦ୍ର ରଣା, ନାରାୟଣ କିସାନ, ଉକାଳି ପଲେଇ, ପ୍ରଫୁଲ୍ଲ ଭୋଇ, ହିନ ନାୟକ ପ୍ରମୁଖ ଯୋଗଦେଇ ଜଙ୍ଗଲ ଜମି, ଘର ଡିହ, ଶିକ୍ଷା, ପାଣି, ରାସ୍ତା ସମସ୍ୟା ବିଷୟରେ ଆଲୋଚନା କରିଥିଲେ।