ଇଂଲଣ୍ଡ କ୍ରିକେଟର ମୋଇନ ଅଲ୍ଲୀ କରୋନା ପଜିଟିଭ

ନୂଆଦିଲ୍ଲୀ,ଏଜେନ୍ସି: ଆଗାମୀ ଶ୍ରୀଲଙ୍କା ବିପକ୍ଷରେ ସିରିଜ ଖେଳିବାକୁ ଆସିଥିବା ଇଂଲଣ୍ଡ କ୍ରିକେଟ ଦଳର ଅଲରାଉଣ୍ଡର ମୋଇନ ଅଲ୍ଲୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଶ୍ରୀଲଙ୍କାରେ ପହଞ୍ଚିବା ପରେ ତାଙ୍କର ଆରଟି-ପିସିଆର ଟେଷ୍ଟ କରାଯାଇଥିଲା। ତାଙ୍କର ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି। ପ୍ରଥମ ଇଂଲଣ୍ଡ ଖେଳାଳି ଭାବେ ମୋଇନ ଅଲ୍ଲୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ତାଙ୍କୁ ୧୦ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯାଇଛି। ସେହିପରି ମୋଇନ ଅଲ୍ଲୀଙ୍କ ସହ ସଂସ୍ପର୍ଶରେ ଆସିଥିବା ଇଂଲଣ୍ଡର ଫାଷ୍ଟ ବୋଲର କ୍ରିସ ୱେକ୍ସଙ୍କୁ୍ ମଧ୍ୟ ଆଇସୋଲେସନରେ ରଖାଯାଇଛି। ତେବେ ଜାନୁଆରୀ ୧୩ ତାରିଖରୁ ଗାଲେଠାରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟରେ ମୋଇନ ଅଲ୍ଲୀଙ୍କ ଖେଳିବା ଆଶଙ୍କା କମ ରହିଛି। ତାଙ୍କ ଅନୁପସ୍ଥିତିରେ ଡମ ବେସ ଏବଂ ଜ୍ୟାଜ ଲିଚ ଦୁଇ ସ୍ପିନର ଭାବେ ଖେଳିପାରନ୍ତି ।