ଦେଶର ଶ୍ରେଷ୍ଠ ସାଂସଦ ଭାବେ ଅପରାଜିତା ଷଡ଼ଙ୍ଗୀ ମନୋନୀତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୨୦ ବର୍ଷ ପାଇଁ ଦେଶର ଶ୍ରେଷ୍ଠ ସାଂସଦ ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମନୋନୀତ ହୋଇଛନ୍ତି। ବେଷ୍ଟ ପାର୍ଲାମେଣ୍ଟାରିଆନ ଏସିଆ ପୋଷ୍ଟ ଓ ଫେମ ଇଣ୍ଡିଆ ପକ୍ଷରୁ ସର୍ବଭାରତୀୟ ସ୍ତରରେ ସର୍ଭେ ପରେ ଏହି ଘୋଷଣା ହୋଇଛି। ଏହାପରେ ଅପରାଜିତା ଷଡଙ୍ଗୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

ଶ୍ରେଷ୍ଠ ସାଂସଦ ମନୋନୀତ ହେବା ପରେ ଟୁଇଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା। ସେ କହିଛନ୍ତି, ଲୋକଙ୍କ ପାଇଁ ଗତବର୍ଷ ସେ କରିଥିବା କାମର ଏହା ପୁରସ୍କାର, ଯାହାକି ତାଙ୍କୁ ଅନେକ କିଛି ଶିଖାଇବ। ଏଥିପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ମଧ୍ୟ ଦେଇଛନ୍ତି।