ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କୋଭିସିଲ୍ଡ କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି। ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକାକୁ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଏକ୍ସପର୍ଟ କମିଟି । ଅକ୍ସଫୋର୍ଡର ଏହି ଟିକାକୁ ଭାରତର ସେରମ୍ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରୁଥିଲା । ଭ୍ୟାକସିନ ପ୍ୟାନେଲ ମିଟିଂରେ କୋଭିସିଲ୍ଡକୁ ଅନୁମତି ମିଳିଛି। ସେରମ ୫କୋଟି କୋଭିସିଲ୍ଡ ଡୋଜ ପ୍ରସ୍ତୁତ କରିସାରିଲାଣି।