ଅମ୍ବାଭୋନା,ଏନ୍ଏନ୍ଏସ୍: ଅମ୍ବାଭୋନା ଥାନା ଅଧୀନସ୍ଥ କପାସିରା ଚମାରପଡ଼ା ଶିଶୁକନ୍ୟା ଶ୍ରଦ୍ଧା ସତନାମୀ(୨ବର୍ଷ) ମୃତ୍ୟୁ ଘଟଣାରେ ଶିଶୁକନ୍ୟାର ପିତା ରମେଶ ସତନାମୀ (୨୭ ବର୍ଷ)କୁ ପୁଲିସ ଗିରଫ କରି ତଦନ୍ତ ଚଳାଇଛି । ଗତ ଡିସେମ୍ବର ୨୬ ତାରିଖ ଅପରାହ୍ଣରେ କପାସିରା ଗ୍ରାମରେ ସ୍ୱାମୀ-ସ୍ତ୍ରୀ ଝଗଡା ଘଟଣାରେ ଶିଶୁ କନ୍ୟାକୁ ଉଭୟ ପକ୍ଷ ନେବାକୁ ଜିଦ ଧରି ଟଣାଓଟରା କରିଥିଲେ । ଜୋର ଜବରଦସ୍ତି ଟଣାଓଟରା ବେଳେ ମାଆ ଯଶୋଦା ସତନାମୀଙ୍କ ହାତରୁ ଶିଶୁ ଖସିଯିବା ପରେ ଚଟାଣରେ ମୁଣ୍ଡ ବାଜିବା ଯୋଗୁଁ ଘଟଣାସ୍ତଳରେ ଶ୍ରଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ରମେଶ ସତନାମୀକୁ ପୁଲିସ ଗିରଫ କରିଛି । ଏନେଇ ଝିଅର ଅଜା ପ୍ରକାଶ ମେହେର ଅମ୍ବାଭୋନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।