ଦିଲ୍ଲୀରେ କୋଭିଡର ତୃତୀୟ ଲହରୀ ନିୟନ୍ତ୍ରଣାଧୀନ: କେଜ୍ରିୱାଲ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ କୋଭିଡ୍ ମହାମାରୀର ତୃତୀୟ ଲହରୀ ନିୟନ୍ତ୍ରଣାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ସେ କହିଛନ୍ତି, ଆମେ ସମସ୍ତେ ମିଶି ଦିଲ୍ଲୀରେ କୋଭିଡ୍ ସଂକ୍ରମଣର ଦୃଢ ମୁକାବିଲା କରିପାରିଛୁ। ସେ କହିଛନ୍ତି, ଏମିତି ଏକ ସମୟ ଥିଲା ଦିଲ୍ଲୀରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୮,୬୦୦ ଛୁଇଁଥିଲା। ଗତ ନଭେମ୍ବର ମାସରେ ଏଭଳି ପରିସ୍ଥିତି ଦେଖାଦେଇଥିଲା। କିନ୍ତୁ ଆମେ ଏଥିରେ ଛାନିଆ ନହୋଇ ସଂକ୍ରମଣ ରୋକିବା ପାଇଁ ଦୃଢ ପଦକ୍ଷେପ ନେଲୁ। ଦିଲ୍ଲୀରେ ଏବେ କୋଭିଡ୍ ପରିସ୍ଥିତିରେ ଉନ୍ନତି ଘଟିଛି ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି।