ଭୁବନେଶ୍ଵର,ଏନ୍ଏନ୍ଏସ୍: ପରୀ ପାଇଁ ନ୍ୟାୟ ଦାବିରେ ଆଜିଠାରୁ ବିଜେପି ପକ୍ଷରୁ ପଦଯାତ୍ରା ଆରମ୍ଭ କରାଯାଉଛି। ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ସହ ଘଟଣାର ସିବିଆଇ ତଦନ୍ତ ଦାବିରେ ଭୁବନେଶ୍ୱରରୁ ଯଦୁପୁର ଅଭିମୁଖେ ବିଜେପି କର୍ମୀମାନେ ପଦଯାତ୍ରା କରିବେ। ଏହି ପଦଯାତ୍ରାରେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷାଙ୍କ ସହ ବହୁ ନେତା ଯୋଗଦାନ କରିବେ।
ଲିଙ୍ଗରାଜ ମନ୍ଦିର ନିକଟରୁ ଏହି ପଦଯାତ୍ରା ବାହାରିବ। ୯୮ କିଲୋମିଟରର ରାସ୍ତା ପାଇଁ ଦଳ ୫ ଦିନ ପଦଯାତ୍ରା କରିବ ବୋଲି କୁହାଯାଇଛି। ୫ ଦିନରେ ଭୁବନେଶ୍ୱରରୁ ଯାଆଁଳା, ସାରୁଅ-ବୋଲଗଡ-ଇଟାମାଟି-ଯଦୁପୁର ଯାତ୍ରା କରିବ ଦଳ। ଏହି ପଦଯାତ୍ରାରେ ସମସ୍ତଙ୍କୁ ସାମିଲ ହେବାକୁ ବିଜେପି ପକ୍ଷରୁ ଆହ୍ୱାନ ଦିଆଯାଇଛି।