ଉର୍ମିଲା ମାତୋଂଣ୍ଡକରଙ୍କ ବଡ଼ ବୟାନ

ମୁମ୍ବାଇ,ଏଜେନ୍ସି: ଅଭିନେତ୍ରୀ ତଥା ଶିବସେନା ନେତା ଉର୍ମିଲା ମାତୋଂଡକର ଏକ ବଡ଼ ବୟାନ ଜାରି କରିଛନ୍ତି। ସେ କହିଛନ୍ତି କି ରାଜନୀତିରେ ମହିଳାଙ୍କୁ ସହଜରେ ଟାର୍ଗେଟ କରାଯାଉଛି। ତେଣୁ ସେଥିପ୍ରତି ଦୃଷ୍ଟି ଦିଆଯିବା ଜରୁରୀ ଅଟେ।

ଏକ ଶୋ’ ‘ଉଇ ଦ ଓମେନ’ରେ ସାମ୍ବାଦିକା ବରଖା ଦତ୍ତ ସହ ଶୁକ୍ରବାର ରାତିରେ ବାର୍ତ୍ତାଳାପ କରିବା ସମୟରେ ସେ ଏହି ବୟାନ ଜାରି କରିଛନ୍ତି। ସେ କହିଛନ୍ତି କି ରାଜନୀତି ଏକ ବିଷାକ୍ତ ସ୍ଥାନ ପାଲଟିଛି। ଏଥିରେ ପଶି ସମସ୍ତେ ବିଷାକ୍ତ ହୋଇଯାଇଛନ୍ତି। ଏବଂ ସେ ରାଜନୀତିରେ ସାମିଲ ହେବା ପରେ ଜାଣିବାକୁ ପାଇଥିଲେ।

ମାତୋଂଣ୍ଡକର କହିଛନ୍ତି କି, ମୁଁ ଜାଣିଥିଲି ରାଜନୀତି କଷ୍ଟକର ହେବ ହେଲେ ପ୍ରଥମେ ଫିଲ୍ମ କ୍ୟାରିୟର ମଧ୍ୟ ମୋ ପାଇଁ କଷ୍ଟକର ଥିଲା। କିନ୍ତୁ ରାଜନୀତି ଏକ ବିଷାକ୍ତ ସ୍ଥାନ ପାଲଟିଛି। ଏଥିରୁ କେହି ବର୍ତ୍ତିପାରିବେ ନାହିଁ। ବିଶେଷ କରି ମହିଳାମାନେ ସହଜରେ ଏହି ବିଷର ଟାର୍ଗେଟ ହେଉଛନ୍ତି। ଏଥିସହିତ ସେ କହିଛନ୍ତି କି ରାଜନୀତିରେ ମହିଳାମାନଙ୍କ ସହ ପାତରଅନ୍ତର ହେଉଛି, କିନ୍ତୁ ସେମାନେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି କଥା ପ୍ରତି ଦୃଷ୍ଟି ଦେଉନାହାନ୍ତି।