ଡ୍ୟାମରୁ ଛୁଆ ହାତୀର ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ବଲାଙ୍ଗିର/କଣ୍ଟାବାଞ୍ଜି,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପାଖ ଡୁମେରଛୁଆଁ ଡ୍ୟାମରୁ ଏକ ଛୁଆ ହାତୀର ମୃତ୍ୟୁ ଦେହ ଉଦ୍ଧାର ହୋଇଛି। ହାତୀଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ସୂଚନାଯୋଗ୍ୟ ଯେ, ଗତ ଏକ ମାସ ତଳେ ନୂଆପଡ଼ା ଜିଲ୍ଲା କମୋନା ଅଞ୍ଚଳରୁ ୩୦ଟି ଛୋଟ ଓ ବଡ ହାତୀ ଆସି ତୁରେକେଲା ବ୍ଲକର ବିଭିନ୍ନ ଅଞ୍ଚଳରେ ଗାଁ ଗାଁକୁ ପଶି ଧାନ ଫସଲ ଖାଇ ଥିଲେ। କିନ୍ତୁ ଗତ କାଲି ରାତିରେ ହାତୀ ପଲ ସହର ମୁହାଁ ହୋଇ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଡୁମେରଛୁଆଁକୁ ଆସିଥିଲେ। କଣ୍ଟାବାଞ୍ଜି ବନବିଭାଗ ଓ ପୁଲିସ ହାତୀଙ୍କୁ ଘୋଉଡାଇ ଥିଲେ। କିନ୍ତୁ ଆଜି ସକାଳୁ ସକାଳୁ ଡୁମେରଛୁଆଁ ଡ୍ୟାମରେ ଛୋଟ ହାତୀ ଛୁଆର ମୃତ ଦେହ ପଡିଥିବାର ଦେଖିବାକୁ ମିଳିଥିଲା।

କଣ୍ଟାବାଞ୍ଜି ବନ ବିଭାଗର ରେଞ୍ଜର ଶ୍ରଦ୍ଧାଦେବ ବନମାଳୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକର ଓ ଏସଡିପିଓ ସରୋଜ କୁମାର ମହାପାତ୍ର ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏହି ଛୋଟ ହାତୀ ଛୁଆର ବୟସ ଛଅ ମାସରୁ ଗୋଟିଏ ବର୍ଷ ହୋଇଥିବା ବେଳେ ମୃତ୍ୟୁର କାରଣ ପୋଷ୍ଟମର୍ଟମ ପରେ ହିଁ ଜଣାପଡିବ ବୋଲି କଣ୍ଟାବାଞ୍ଜି ରେଞ୍ଜର ଶ୍ରଦ୍ଧାଦେବ ବନମାଳୀ କହିଛନ୍ତି।