ଶାହଙ୍କ ମିଶନ ବେଙ୍ଗଲ : ରାମକୃଷ୍ଣ ଆଶ୍ରମ ପହଂଚି ବିବେକାନନ୍ଦଙ୍କ ପ୍ରତିମାରେ ପୁଷ୍ପମାଲ୍ୟ ଅର୍ପଣ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଗସ୍ତରେ ପଶ୍ଚିମବଙ୍ଗ ପହଂଚିଯାଇଛନ୍ତି। ଶାହଙ୍କ ଏହି ଗସ୍ତକୁ ସଫଳ କରିବାର ଦାୟିତ୍ୱ ଜାତୀୟ ବିଜେପି ସଚିବ ଅନୁପମ ହାଜରା ନିର୍ବାହ କରୁଛନ୍ତି। ଏହି ଅବସରରେ ଶାହ କୋଲକାତାର ରାମକୃଷ୍ଣ ଆଶ୍ରମ ପହଂଚି ବିବେକାନନ୍ଦଙ୍କ ପ୍ରତିମାରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଶାହ କହିଛନ୍ତି ଯେ, ‘କୋଲକାତା ବିବେକାନନ୍ଦଙ୍କ ଜନ୍ମଭୂମି ହୋଇଥିବାରୁ ଏଠାକୁ ଆସି ମୁଁ ନିଜକୁ ଧନ୍ୟ ମନେ କରୁଛି। ଆମେ ସମସ୍ତେ ବିବେକାନନ୍ଦଙ୍କ ମାର୍ଗରେ ଚାଲିବା ନିହାତି ଜରୁରୀ।’

ଶାହ ଅପରାହ୍ନ ୧୨ଟା ୩୦ରେ ପଶ୍ଚିମବଙ୍ଗର ମେଦିନାପୁର ପହଂଚିବେ। ସେଠାରେ ସିଧେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଖୁଦିରାମ ବୋସଙ୍କ ପ୍ରତିମାରେ ଶ୍ରଦ୍ଧାଞ୍ଜଳି ଦେବେ।