ନୂଆଦିଲ୍ଲୀ, ଏଜେନ୍ସି: ଦେଶର ବିକାଶ ଏବଂ ସାମାଜିକ ସୌହାର୍ଦ୍ଦ୍ୟ ରକ୍ଷା ଦିଗରେ ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗର ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ଲୋକମାନେ ଏହି ପ୍ରସଙ୍ଗକୁ ଧର୍ମ କିମ୍ବା ଭୋଟ ବ୍ୟାଙ୍କ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ ବୋଲି କେନ୍ତ୍ରମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ଏକ କଠୋର ଆଇନ ଅଣାଯିବା ଦରକାର। ଏ ସମ୍ପର୍କରେ ସଂସଦରେ ଆଲୋଚନା କରାଯିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ସରକାର ହୃଦୟଙ୍ଗମ କରିବା ଉଚିତ ଯେ ଜନସଂଖ୍ୟା ନିୟନ୍ତ୍ରଣ ଏବଂ ଲଭ ଜିହାଦକୁ ରୋକିବା ସାମାଜିକ ସୌହାର୍ଦ୍ଦ୍ୟ ସହିତ ଜଡିତ । ସାମ୍ପ୍ରଦାୟିକତାକୁ ପ୍ରୋତ୍ସାହିତ କରିବା ସହ ଏହା ସମାନ ନୁହେଁ।