ବେବି ବମ୍ପ ସହ ନେହାଙ୍କ ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ ଗାୟିକା ନେହା କକ୍କଡ ଆଜି ତାଙ୍କ ଇନଷ୍ଟାଗ୍ରାମରେ ଗୋଟିଏ ଫଟୋ ସେୟାର କରିବା ପରେ ଫ୍ୟାନଙ୍କ ମଧ୍ୟରେ ଉତ୍କଣ୍ଠା ଭରିଯାଇଛି। ଫ୍ୟାନଙ୍କ ଉତ୍କଣ୍ଠା ପଛର କାରଣ ହେଉଛି କି ନେହା ଫଟୋରେ ତାଙ୍କ ବେବି ବମ୍ପୋ ଦେଖାଇଛନ୍ତି। ଆଜ୍ଞା ହଁ, ଗପ ଭଳି ଲାଗୁଥିଲେ ବି କଥାଟି ସତ। ୨ ମାସ ପୂର୍ବରୁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ନେହା କକ୍କଡ ମା’ ହେବାକୁ ଯାଉଛନ୍ତି। ଫଟୋଟି ଭାଇରାଲ ହେବା ପରେ କିଛି ଲୋକ ଏହାକୁ ନେହାଙ୍କ ଆଗାମୀ ଗୀତର ଲୁକ୍ ହୋଇଥାରେ ବୋଲି ଅନୁମାନ କରୁଥିଲେ। କିନ୍ତୁ ନେହାଙ୍କ ଫଟୋରେ ତାଙ୍କ ଭାଇ ଟୋନି କକ୍କଡ ‘ମୁଁ ମାମୁ ହେବି’ ବୋଲି କମେଣ୍ଟ କରିବା ପରେ ଏହି ଖବରରେ ମୋହର ଲାଗିଯାଇଛି।

ସୂଚନାଯୋଗ୍ୟ, ଗାୟିକା ନେହା କକ୍କଡ ଗାୟକ ରୋହନପ୍ରୀତ ସିଂହଙ୍କୁ ଅକ୍ଟୋବର ୨୪ ତାରିଖରେ ବିବାହ କରିଥିଲେ। ଉଭୟ ବିବାହକୁ ନେଇ ମଧ୍ୟ ଇନଷ୍ଟାଗ୍ରାମ ଜରିଆରେ ଫ୍ୟାନଙ୍କୁ ସୂଚନା ଦେଇଥିଲେ।