ବର୍ଷାରେ ବେହାଲ ମୁମ୍ବ।ଇ, ରାସ୍ତାରେ ଫଶି ରହିଛି ଗାଡ଼ି

ମୁମ୍ବଇ,ଏଜେନ୍ସି: ବର୍ଷାରେ ବେହାଲ ହୋଇଯାଇଛି ମୁମ୍ବ।ଇ। ପ୍ରବଳ ବର୍ଷା ଯୋଗୁଁ ମୁମ୍ବ।ଇ ଜଳମଗ୍ନ ହୋଇଯାଇଛି। ଫଳରେ ରାସ୍ତାରେ ଯାତାୟାତ ସମ୍ଭବପର ହେଉନାହିଁ। ଏ ନେଇ ମୁମ୍ବ।ଇରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି।
ଲଗାତାର ବର୍ଷା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଜଣାଯାଇଛି। ଏହି ବର୍ଷାରେ ରେଳ ଚଳାଚଳ ବାଧାପ୍ରାପ୍ତ ହେବା ସହ ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖାଦେଇଛି। ଏଥିରେ ସାଧାରଣ ଜନତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ପରିସ୍ଥିତିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

ସେହିପରି ଉଦ୍ଧାର କାର୍ଯ୍ୟରେ ନୌସେନା କର୍ମଚାରୀମାନେ ଲାଗିପଡ଼ିଥିବାବେଳେ କୁର୍ଲା, ପାରେଲ ଓ ଅନେ୍ଧରିରେ ଏନ୍ଡିଆରଏଫ୍ ଟିମକୁ ସଜାଗ ରହିବାକୁ ସୂଚନା ଦିଆଯାଇଛି।