ନୂଆଦିଲ୍ଲୀ, ଏଜେନ୍ସି: କୋଭିଡ-୧୯ ଟିକା ପ୍ରଦାନ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଗାଇଡଲାଇନ ଜାରି କରାଯାଇଛି। ଟିକା ପାଇଁ Co-WIN ଆପରେ ପଞ୍ଜୀକରଣ କରିବାକୁ ପଡିବ। କେବଳ ପୂର୍ବ ପଞ୍ଜୀକୃତଙ୍କୁ ଟିକା ମିଳିବ ବୋଲି ଉଲ୍ଲେଖ କରାଯାଇଛି। ପ୍ରତି କେନ୍ଦ୍ରରେ ଦୈନିକ ଶହେରୁ ୨ଶହ ଲୋକଙ୍କୁ ଟିକା ଦିଆଯିବ ବୋଲି ଗାଇଡଲାଇନ ଉଲ୍ଲେଖ କରାଯାଇଛି। ପଞ୍ଜୀକରଣ ପାଇଁ ୧୨ ପ୍ରକାର ପରିଚୟପତ୍ର ଦେଖାଇବାକୁ ପଡ଼ିବ। ଜଣେ ଟିକା ନେଲା ପରେ ୩୦ ମିନିଟ କାଳ ଅନୁଧ୍ୟାନ କରାଯିବ। ପ୍ରଥମେ ୩୦ କୋଟି ଲୋକଙ୍କୁ ୬୦ କୋଟି ଟିକା ଡୋଜ୍ ପାଇଁ ବ୍ୟବସ୍ଥା ହୋଇଛି। ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ କର୍ମୀ ଆଦି ୩୦ କୋଟି ଲୋକଙ୍କୁ ପ୍ରଥମେ ମିଳିବ ଟିକା।