ଦେବଗଡ଼,ଏନ୍ଏନ୍ଏସ୍: ଜିଲ୍ଲା କଂଗ୍ରେସ ପକ୍ଷରୁ ବାରକୋଟ ବ୍ଲକରେ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାରକୋଟସ୍ଥିତ ଡାକବଙ୍ଗଳା ଠାରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସମରେନ୍ଦ୍ର ଜିତଙ୍କ ସଭାପତିତ୍ୱରେ ଦେବଗଡ଼ ପର୍ଯ୍ୟବେକ୍ଷକ ସସ୍ମିତା ବେହେରା ଯୋଗଦେଇ କର୍ମୀମାନଙ୍କୁ ଦଳକୁ ତୃଣମୂଳସ୍ତରୁ ଅଧିକ ସୁଦୃଢ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହାସହିତ ନୂତନ ଭାବେ ଜିଲ୍ଲା କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପାଇଥିବା ଉମାଶଙ୍କର ସାହୁଙ୍କୁ ବାରକୋଟ ବ୍ଲକ କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ୨୦୧୯ ସାଧାରଣ ନିର୍ବାଚନ ସମୟରେ ଦଳ ବିରୋଧୀ କାର୍ଯ୍ୟ କରିଥିବା କର୍ମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାସହ ପ୍ରଦେଶ କଂଗ୍ରେସ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପର୍ଯ୍ୟବେକ୍ଷକଙ୍କ ନିକଟରେ କର୍ମୀମାନେ ଦାବି କରିଥିଲେ । ବୈଠକରେ ଠିଆନାଳ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଲିଙ୍ଗରାଜ ନାଏକ କଂଗ୍ରେସରେ ଯୋଗ ଦେଇଥିଲେ ।
ଏହାପରେ ବାରକୋଟ ବ୍ଲକ ସଭାପତି ପଦପାଇଁ ଚୟନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ତେବେ ନୂତନ ବ୍ଲକ ସଭାପତି ନିମନ୍ତେ କ୍ଷୀରୋଦ ପ୍ରଧାନଙ୍କୁ ବ୍ଲକ୍ ସଭାପତି କରିବା ନିମନ୍ତେ ମତ ପ୍ରକାଶ ପାଇଥିଲା । ତାଙ୍କର ନାମ ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିକଟକୁ ପଠାଇବେ ବୋଲି ପର୍ଯ୍ୟବେକ୍ଷକ ଶ୍ରୀମତି ବେହେରା ପ୍ରକାଶ କରିଥିଲେ । ବୈଠକରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ, ଏସଟି ସେଲ ସଭାପତି କ୍ଷେତ୍ର ପାତ୍ର, ମାଇନରିଟି ସେଲ ସଭାପତି ମୋଇନ ଖାନ, ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରକାଶ ଚନ୍ଦ୍ର ଦେବତା, ବରିଷ୍ଠ କଂଗ୍ରେସ ନେତା ବିନୋଦ ବିହାରୀ ନାୟକ, ଡିଲେଶ୍ୱର ସାହୁ, ଲୋକନାଥ ସାହୁ, ଇଶ୍ୱର ଚନ୍ଦ୍ର ମିଶ୍ର, ରୁଦ୍ର ସାମଲ, କ୍ଷିରୋଦ ଚନ୍ଦ୍ର ସାହୁ, ଇଶ୍ୱର ଚନ୍ଦ୍ର ଦ୍ୱିବେଦୀ, କମଳଲୋଚନ ପ୍ରଧାନ, ବାବାଜୀ ପ୍ରଧାନ, ପାଣ୍ଢବ ନାୟକ, ଟୁନା ସାହୁ, ପାଣ୍ଡବ ବେହେରା, ଟିକେଶ୍ୱର ନାୟକ, କାଳିଆ ସାହୁ, କେଦାର ଦଳବେହେରା, ସଞ୍ଜୟ ଦେବଙ୍କ ସମତେ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।