ହମିଦିଆ ହସ୍ପିଟାଲରେ ବିଦ୍ୟୁତ କାଟ ହେଲା କାଳ : ୩ କରୋନା ରୋଗୀ ମୃତ

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ହମିଦିୟା ହସ୍ପିଟାଲରେ ଗତକାଲି ରାତିରେ ବିଦ୍ୟୁତ କାଟ ଯୋଗୁ ୩ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ବ୍ୟାକଅପ୍ ପାଇଁ ହସ୍ପିଟାଲରେ ଜେନେରେଟର ଥିଲେ ବି କିଛି ସମୟ ପରେ ଜେନେରେଟର ବନ୍ଦ ହୋଇଯାଇଥିଲା। କରୋନାରେ ପୀଡ଼ିତ ଏହି ୩ଜଣ ମୃତକ ଭେଣ୍ଟିଲେଟରରେ ଥିଲେ।

ହମିଦିଆ ହସ୍ପିଟାଲରେ ହୋଇଥିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ହମିଦିଆ ହସ୍ପିଟାଲର ଡିନଙ୍କୁ ନୋଟିସ୍ ପ୍ରଦାନ କରିବା ସହ ମେଣ୍ଟୋନାନ୍ସ ଇଞ୍ଜିନିୟରଙ୍କୁ ମଧ୍ୟ ନିଲମ୍ବିତ କରିଛନ୍ତି। ଏଥିସହିତ ଯିଏ ବି ଦୋଷୀ ସାବ୍ୟସ୍ତ ହେବ ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।