ରୁଷ ସହିତ ୨୫ଟି ଏମଓୟୁ ସ୍ୱାକ୍ଷରିତ

ରୁଷର ଭ୍ଲାଡିଭୋଷ୍ଟକ୍ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ସହ ୨୫ଟି ବୁଝାମଣାପତ୍ର ଓ ରାଜିନାମା ସ୍ୱାକ୍ଷରିତ କରିଛନ୍ତି। ଭାରତୀୟ ଗଣତନ୍ତ୍ର ଓ ରୁଷ ସଂଘର ସରକାରଙ୍କ ମଧ୍ୟରେ ସୋଭିଏତ ସେନା ଉପକରଣ ଲାଗି ସରଞ୍ଜାମ ଉତ୍ପାଦନ କରିବା ସଂକ୍ରାନ୍ତ ବୁଝାମଣା ସ୍ୱାକ୍ଷରିତ ହୋଇଛି।

ଭାରତର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ରୁଷ ସଂଘର ପରିବହନ ମନ୍ତ୍ରଣାଳୟ ମଧ୍ୟରେ ସଡ଼କ ପରିବହନ ଓ ସଡ଼କ ଉଦ୍ୟୋଗରେ ଦ୍ୱିପାକ୍ଷିକ ସହଯୋଗ ଲାଗି ବୁଝାମଣା ,ଭାରତର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏବଂ ରୁଷ ସଂଘର ପରିବହନ ମନ୍ତ୍ରଣାଳୟ ମଧ୍ୟରେ ଚେନ୍ନାଇ ବନ୍ଦର ଏବଂ ଭ୍ଲାଡିଭୋଷ୍ଟକ ବନ୍ଦର ମଧ୍ୟରେ ସାମୁଦ୍ରିକ ଯୋଗାଯୋଗ ବିକାଶ କ୍ଷେତ୍ରରେ ବୁଝାମଣା, ସୀମା ଶୁଳ୍କ ଉଲ୍ଲଙ୍ଘନ ମାମଲାର ମୁକାବିଲା କ୍ଷେତ୍ରରେ ସହଯୋଗ ଲାଗି ଭାରତର ଅର୍ଥ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ର ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ ତଥା ରୁଷ ସଂଘର ଫେଡେରାଲ କଷ୍ଟମ ସର୍ଭିସ ମଧ୍ୟରେ ସହଯୋଗ ଯୋଜନା , ପରିବହନ ଲାଗି ପ୍ରାକୃତିକ ବାଷ୍ପର ଉପଯୋଗ ଲାଗି ରୁଷ ସଂଘର ଶକ୍ତି ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ସେହିପରି ଭାରତର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓ ରୁଷ ସଂଘର ଶକ୍ତି ମନ୍ତ୍ରଣାଳୟ ମଧ୍ୟରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ସହଯୋଗ ବୃଦ୍ଧି ବିଷୟରେ ଯୋଜନା ପ୍ରସ୍ତୁତ କରିବା, ରୁଷର ସୁଦୂର ପୂର୍ବ କ୍ଷେତ୍ରରେ କୋକିଂ କୋଇଲା ଖନନ ପ୍ରକଳ୍ପକୁ ଲାଗୁ କରିବା ଲାଗି କୋଲ ଇଣ୍ଡିଆ ଲିଃ ଏବଂ ସୁଦୂର ପୂର୍ବ ନିବେଶ ତଥା ରପ୍ତାନି ଏଜେନ୍ସି ମଧ୍ୟରେ ବୁଝାମଣା ହୋଇଛି।