ଅକ୍ଟୋବରରୁ ୩ଟି ରୁଟରେ ଉଡ଼ିବ ଏୟାର ଏସିଆ ବିମାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଗାମୀ ଅକ୍ଟୋବର ମାସରୁ ରାଜ୍ୟରୁ ୩ଟି ରୁଟ୍ରେ ଏୟାର ଏସିଆର ବିମାନ ଉଡ଼ିବାକୁ ଯାଉଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପର୍ଯ୍ୟାୟକ୍ରମେ ଦିଲ୍ଲୀ, ହାଇଦ୍ରାବାଦ ଓ ବେଙ୍ଗାଲୁରୁକୁ ଏହି ବିମାନ ଯାତ୍ରା କରିବ। ବୁଧବାର ଏ ନେଇ ଏୟାର ଏସିଆ କର୍ତ୍ତୃପକ୍ଷ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଅକ୍ଟୋବର ୨୯ ତାରିଖରୁ ଦିଲ୍ଲୀ, ବାଙ୍ଗାଲୋର ଓ ହାଇଦ୍ରାବାଦକୁ ଏୟାର ଏସିଆ ପକ୍ଷରୁ ବିମାନ ଚଳାଚଳ କରିବ। ସେହିପରି ଝାରସଗୁଡ଼ାକୁ କମ୍ପାନୀ ପକ୍ଷରୁ ନିୟମିତ ଭାବେ ବିମାନ ଚଳାଚଳ ପାଇଁ ପ୍ରୟାସ ଜାରି ରହିଥିବା ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହା ସହ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକକୁ ମଧ୍ୟ ଉଡ଼ାଣ ନେଇ ଫଳପ୍ରଦ ଆଲୋଚନା ହୋଇଥିବା ଜଣାପଡ଼ିଛିିି।

ସୂଚନାଯୋଗ୍ୟ ଯେ ଆସନ୍ତା ସେପ୍ଟେମ୍ବର ୨୨ ତାରିଖ ପରଠାରୁ ଭୁବନେଶ୍ୱର-ବ୍ୟାଙ୍କକ ଏୟାର ଏସିଆ ବିମାନ ସେବା ବନ୍ଦ ହେବାକୁ ଯାଉଛି। ଆବଶ୍ୟକୀୟ ସଂଖ୍ୟକ ଯାତ୍ରୀ ମିଳୁନଥିବାରୁ ଏହି ରୁଟରେ ବିମାନ ଚଳାଚଳ କରିବା ସମ୍ଭବ ନୁହେଁ ବୋଲି ଏୟାର ଏସିଆ ପକ୍ଷରୁ କାରଣ ଦର୍ଶାଯାଇଥିଲା। ଏହି ରୁଟରେ ସପ୍ତାହକୁ ୪ ଥର ବିମାନ ଚଳାଚଳ କରୁଥିବା ବେଳେ, ଏହାର ପୁନଃ ପ୍ରଚଳନ ପାଇଁ ରାଜ୍ୟ ସରକାର ସବସିଡି ଯୋଗାଇଦେବାକୁ ଏୟାର ଏସିଆ ଦାବି କରି ଆସୁଥିଲା