ରାୟଗଡ଼ା, ଏନ୍ଏନ୍ଏସ୍: ଆଜି ଥିଲା ରାୟଗଡା ଜିଲ୍ଲା ପାଇଁ ଦୁର୍ଘଟଣାର ଦିନ । ତିନୋଟି ପୃଥକ୍ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଶୁକ୍ରବାର ସକାଳେ ଟିକିରି ଥାନା କଳିଆପଡା ଘାଟିରେ ଟ୍ରାକ୍ଟର ଦୁର୍ଘଟଣାରେ ଦୁଇଜଣ ମୃତ୍ୟୁବରଣ କରିଥିବାବେଳେ ମଧ୍ୟାହ୍ନରେ ପୁଣି ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ମୃତ ଓ ୨୪ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ପୂଜାରିଗୁଡ଼ା ଗାଁ ନିକଟରେ । ସେହିଭଳି ସନ୍ଧ୍ୟାରେ ରାୟଗଡା ଥାନା ଅନ୍ତର୍ଗତ କୁମ୍ଭୀକୋଟା ନିକଟରେ ବାଇକ୍ ଏକ ଘରୋଇ ବାସ୍ କୁ ଧକ୍କା ହେବାଫଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଦୁଇଜଣ ଆହତ ହୋଇ ରାୟଗଡା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।