ଏମଏସପି ଉପରେ ଲିଖିତ ଆଶ୍ୱାସନା ଦେବାକୁ ସରକାର ପ୍ରସ୍ତୁତ : କୃଷିମନ୍ତ୍ରୀ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି କୃଷକଙ୍କ ଆନ୍ଦୋଳନ ଆଜି ୧୫ ଦିନରେ ପହଞ୍ଚିଛି। ଇତିମଧ୍ୟରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ଏମଏସପି ଉପରେ ଲିଖିତ ଆଶ୍ୱାସନା ଦେବା ପାଇଁ ସରକାର ପ୍ରସ୍ତୁତ। କୃଷକ ନେତା ସରକାରଙ୍କ ପ୍ରସ୍ତାବ ଉପରେ ଥରେ ବିଚାର କରନ୍ତୁ। ସରକାର ସେମାନଙ୍କ ସବୁ ଆପତ୍ତି ଉପରେ କଥା ହେବାକୁ ପ୍ରସ୍ତୁତ ରହିଛି। କୃଷକ ଯେତେବେଳେ ବି ଚାହିଁବେ ଆମେ ଚର୍ଚ୍ଚା ଲାଗି ପ୍ରସ୍ତୁତ।

ସୂଚନାଯୋଗ୍ୟ, ନୂଆ କୃଷି ଆଇନରେ ସଂଶୋଧନ ଆଣିବାର ସରକାରଙ୍କ ପ୍ରସ୍ତାବକୁ କୃଷକ ଖାରିଜ କରି ଦେଇଛନ୍ତି। ଆଉ ଆନ୍ଦୋଳନକୁ ଆହୁରି ଦୃଢ଼ କରିବାକୁ ଚେତାବନୀ ଦେଇଛନ୍ତି। ଏଥିସହିତ ଶନିବାର ଜୟପୁର-ଦିଲ୍ଲୀ ଓ ଦିଲ୍ଲୀ-ଆଗ୍ରା ଏକ୍ସପ୍ରେସ ବନ୍ଦ କରି ଡିସେମ୍ବର ୧୪ରେ ରାଷ୍ଟ୍ରବ୍ୟାପୀ ପ୍ରଦର୍ଶନ କରିବେ ବୋଲି କହିଛନ୍ତି।