Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କୃଷି ଓ କୃଷକକଲ୍ୟାଣ ପାଇଁ ମୋଦି ସଂକଳ୍ପବଦ୍ଧ : ସମୀର ମହାନ୍ତି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କୃଷି ଓ କୃଷକକଲ୍ୟାଣ ପାଇଁ ମୋଦି ସଂକଳ୍ପବଦ୍ଧ : ସମୀର ମହାନ୍ତି

ଭୁବନେଶ୍ୱର, ଏନ୍ଏନ୍ଏସ୍: ଆତ୍ମନିଭର୍ର ଭାରତର ଆଧାର ଆତ୍ମନିଭର୍ର କୃଷକ ହୁଅନ୍ତୁ, ଏଥିପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ। ଆଥିର୍କ ସମ୍ପନ୍ନ ହେଲ, କୃଷକ ଆତ୍ମନିଭର୍ରର ଜୀବନ ବଞ୍ଚିବ। ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି ସାରା ଦେଶ ସେମତ ଆମ ରାଜ୍ୟର ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ବଦ୍ଧପରିକର। ଯେଉଁମାନେ ସ୍ୱାଧୀନତାର ୭ ଦଶନ୍ଧିରେ ଚାଷୀ ଭାଇମାନଙ୍କ ସ୍ୱାଥର୍କୁ ଦଲାଲଙ୍କ ହାତରେ ଟେକି ଦେଇଛନ୍ତି, ସେମାନଙ୍କ କୁମ୍ଭୀର କାନ୍ଦଣାର ମୁଖା ଖୋଲିଯିବା ଓ ଅସ୍ତିତ୍ୱ ବଜାୟ ରଖିବା ପାଇଁ ଭୟଭୀତ ହୋଇ ମୋଦିଙ୍କ କୃଷି ବିଲକୁ ବିରୋଧ କରୁଛନ୍ତି। କେବଳ ମୋଦିଙ୍କୁ ବିରୋଧ କରିବା ପାଇଁ ଏହି ଆଇନକୁ ବିରୋଧ କରାଯାଉଛି। ଏହି ନୂତନ କୃଷି ଆଇନ ବଳରେ ଖୋଲା ବଜାରରେ ଚାଷୀ ନିଜ ଉତ୍ପାଦିତ ଶସ୍ୟକୁ ସବର୍ନିମ୍ନ ସହାୟକ ମୂଲ୍ୟରେ ନହେଁ ବରଂ ସର୍ବାଧିକ ମୂଲ୍ୟରେ ବିକ୍ରି କରି ଲାଭାନ୍ୱିତ ହୋଇପାରିବ।

ଏହି ଆଇନରେ ମଧ୍ୟସ୍ଥି ବା ଦଲାଲି  ଉଚ୍ଛେଦ କରାଯାଇଛି। ତେଣୁ ଏହି ଆନ୍ଦୋଳନ ଦଲାଲମାନଙ୍କ ପ୍ରାୟୋଜିତ ଆନ୍ଦୋଳନ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟେର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ସ୍ୱାଧୀନତାର ଦୀର୍ଘ ୭ ଦଶନ୍ଧିରେ ଦେଶ ଓ ରାଜ୍ୟର ଚାଷୀ ଭାଇମାନଙ୍କ ବିକାଶ ପାଇଁ ଯାହା କରାଯାଇପାରି ନଥିଲା, ମୋଦି ସରକାର ଗତ ୬ ବର୍ଷ ଶାସନରେ ତାଠାରୁ ଅଧିକ ଯୋଗଦାନ କରିଛନ୍ତି। ଚାଷୀମାନଙ୍କୁ ତାଙ୍କର ଉତ୍ପାଦିତ ସାମଗ୍ରୀର ଉଚିତ୍ ମୂଲ୍ୟ ହେଉ ଅଥବା ଚାଷୀମାନଙ୍କୁ ଆର୍ଥିକ ସହାୟତା, ମୋଦି ସରକାର କୃଷକ ସଶକ୍ତିକରଣର ନୂଆ ଯୁଗ ଆରମ୍ଭ କରିଛନ୍ତି।

ଚାଷୀଙ୍କ ଆୟକୁ ଦୁଇ ଗୁଣ କରିବା ଓ ଚାଷୀଙ୍କୁ ସବୁ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ମୋଦି ସରକାର ନୂଆ ଅଧିନିୟମ ଆଣିଛନ୍ତି। ଚାଷୀଙ୍କ ପାଇଁ ଦୀର୍ଘ ଦଶନ୍ଧିରେ କିଛି କରିନଥିବା କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନନୈତିକ ଦଳମାନେ ଏକାଠି ହୋଇ ମୋଦିଙ୍କ କୃଷି ବିଲ୍ ପ୍ରସଙ୍ଗରେ ମିଥ୍ୟା ପ୍ରଚାର କରି ଜନମତକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି। ବିରୋଧୀ ଦଳମାନେ ନୂତନ କୃଷିଆଇନରେ ସବର୍ନିମ୍ନ ସହାୟକ ମୂଲ୍ୟ (ଏମଏସପି) ନାହିଁ ବୋଲି କହି ମିଥ୍ୟା ପ୍ରଚାର କରୁଛନ୍ତି। ଏମଏସପିର ମାନେ ‘ଗ୍ୟାରେଣ୍ଟେଡ ପ୍ରାଇସ’ ବୋଲି ଏହି ନୂତନ ବିଲ୍ର ୫ମ ଭାଗରେ ସ୍ପଷ୍ଟ ଉଲ୍ଲେଖ ଅଛି। କୃଷି ବିପଣନରେ ସଂସ୍କାର ଆଣିବା ପାଇଁ କଂଗ୍ରେସ-ଏନସିପି ଭଳି ରାଜନନୈତିକ ଦଳମାନେ ଦୋହରା ମାପଦଣ୍ଡ ମନ୍ତବ୍ୟ ଦଇ ଆସୁଛନ୍ତି। ଏହି ଦଳ ଗୁଡିକ ଆଧାରରେ ଚାଷୀଙ୍କ ବିକାଶର ଟ୍ରାକ୍ ରେକର୍ଡ ବହୁତ ଖରାପ। ଚାଷୀ ନୁହେଁ ମିଡିଲମ୍ୟାନ ତଥା ଦଲାଲଙ୍କ ସ୍ୱାର୍ଥ ରକ୍ଷାରେ ବିରୋଧୀ ଦଳ ଏକାଠି ହୋଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।