ପୁରୀ,ଏନ୍ଏନ୍ଏସ୍: ନିର୍ମାଲ୍ୟ ଓ ମହାପ୍ରସାଦର ଅନଲାଇନ ବିକ୍ରିକୁ ବିରୋଧ କରିଛି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ। ସଙ୍ଘ ପକ୍ଷରୁ ଆଜି ଆମାଜନ ନାମରେ ଲିଗାଲ ନୋଟିସ୍ ଦିଆଯାଇଛି। ଆମାଜନ ସିଇଓ ଅମିତ ଅଗ୍ରୱାଲଙ୍କୁ ଏହି ଲିଗାଲ ନୋଟିସ ପଠାଯାଇଛି।
ନିର୍ମାଲ୍ୟ ମହାପ୍ରସାଦ ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ଅନଲାଇନରେ ବିକ୍ରି କରିବା ବେଆଇନ ବୋଲି ଏଥିରେ ଦର୍ଶାଯାଇଛି। ସେହିପରି ନିର୍ମାଲ୍ୟ କେବଳ ଶ୍ରୀମନ୍ଦିର ଭିତରେ ପ୍ରସ୍ତୁତ ହୋଇଥାଏ। ତେବେ ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ଅନଲାଇନ ନିର୍ମାଲ୍ୟ ବିକ୍ରି ନାଁରେ ନକଲି ନିର୍ମାଲ୍ୟ ବିକ୍ରିର ଆଶଙ୍କା ରହିଛି। ଏଥି ସହିତ ଏହା କୌଣସି ରେସ୍ତୋଁରା ମେନୁ ନୁହେଁ ଯେ ଅନଲାଇନରେ ମଗାଇ ଖାଇବେ ବୋଲି ନୋଟିସରେ ଉଲ୍ଲେଖ ରହିଛି।
