ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୧୩ ରନରେ ହରାଇଲା ଭାରତ

ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତ ୧୩ ରନରେ କଙ୍ଗାରୁ ଟିମକୁ ହରାଇ ଦେଇଛି। ଏହି ମ୍ୟାଚରେ ଭାରତ ଟିମର ଅଧିନାୟକ ବିରାଟ କୋହଲୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିର୍ଣ୍ଣୟ ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟିମ୍ ୫ ୱିକେଟ ପତନରେ ୩୦୨ ରନ୍ ହାସଲ କରିଥିଲା। ୩୦୩ ରନ୍ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଟିମ୍ ୪୯.୩ ଓଭରରେ ୨୮୯ ରନରେ ଅଲ ଆଉଟ ହୋଇଯାଇଥିଲେ।
ସୂଚନାଯୋଗ୍ୟ, ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆରୁ ଅଷ୍ଟ୍ରେଲିଆ ୨ଟି ମ୍ୟାଚରେ ବିଜୟୀ ହୋଇ ସିରିଜ ନିଜ ନାମରେ କରି ନେଇଥିଲା।ପୁରା ସିରିଜରେ ଶାନଦାର ପ୍ରଦର୍ଶନ କରିଥିବା ଷ୍ଟିଭ ସ୍ମିଥଙ୍କୁ ପ୍ଲେୟର ଅଫ୍ ଦି ସିରିଜ ମିଳିଛି।