ସୂଚନା ଲୋକ ସମ୍ପର୍କ ମନ୍ତ୍ରୀଙ୍କୁ ଶ୍ରମିକଙ୍କ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ

ଅମରାବତି,ଏଜେନ୍ସି: ଆନ୍ଧ୍ର ପ୍ରଦେଶର ପରିବହନ ଏବଂ ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ପରନାମି ବେଙ୍କଟରାମେୟାଙ୍କ ଉପରକୁ ଜଣେ ଶ୍ରମିକ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମନ୍ତ୍ରୀ।

କୃଷ୍ଣା ଜିଲ୍ଲାର ମଛଲିପଟ୍ଟନମ ଅଞ୍ଚଳରେ ଏହି ଘଟଣା ଘଟିଛି। ମନ୍ତ୍ରୀଙ୍କ ସୁରକ୍ଷା ବାହିନୀ ଆକ୍ରମଣ ବେଳେ ଅଭିଯୁକ୍ତକୁ କାବୁ କରିନେଇଥିଲେ। ପରେ ତାକୁ ପୁଲିସରେ ଜିମା ଦେଇଥିଲେ। ତେବେ କେଉଁ କାରଣରୁ ଶ୍ରମିକ ଜଣଙ୍କ ଏଭଳି କରିବାକୁ ଯାଉଥିଲେ ତାହା ସ୍ପଷ୍ଟ ହୋଇନଥିବାବେଳେ ପୁଲିସ ଏହାର ତଦନ୍ତ କରୁଛି।