ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ

 ଶରୀରରେ ମେଦ କମ କରିବାକୁ ଡାଏଟ୍ ସହ ବ୍ୟାୟାମ କରିବା ମଧ୍ୟ ଆବଶ୍ୟକ। କିଛି ଖାଦ୍ୟ ସାମଗ୍ରୀ ଶରୀରର ମେଟାବୋଲିଜିମ୍ ବୁଷ୍ଟ କରିବାରେ ସହାୟକ ହୋଇଥାଏ ଏବଂ ଓଜନ ମଧ୍ୟ ଖୁବ ଶୀଘ୍ର କମ୍ ହୋଇଥାଏ। ଏମିତି ଏକ ପାନୀୟ ହେଲା ଲେମ୍ବୁ ପାଣି। ଲେମ୍ବୁ ପାଣି ସହ ସନ୍ଧବ ଲୁଣ ବହୁତ ପ୍ରଭାବଶାଳୀ।

 ପେଟର ମେଦ କମ୍ କରିବାକୁ ସକାଳୁ ଖାଲି ପେଟରେ ଉଷୁମ ଲେମ୍ବୁ ପାଣି ପିଇବା ସର୍ବୋତ୍ତମ ଉପାୟ। ଲେମ୍ବୁରେ ଭରପୁର ମାତ୍ରାରେ ଭିଟାମିନ୍-ସି ରହିଛି। ଏହାସହ ଏଥିରେ କମ୍ କ୍ୟାଲୋରୀ ରହିଛି। ଲେମ୍ବୁ ଆଣ୍ଟିଅକ୍ସିଡେଣ୍ଟ, ଭିଟାମିନ୍ ଓ ମିନେରାଲ୍ସର ବହୁତ ଭଲ ସ୍ରୋତ। ଲେମ୍ବୁ ପାଣି ସେବନ କରିବା ପରେ ପେଟ ମଧ୍ୟ ଭରିଲା ପରି ଲାଗେ। ଏହା ଶରୀରକୁ ହାଇଡ୍ରେଟେଡ୍ ରଖିଥାଏ। ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ତାହା ଅନେକ ପ୍ରଭାବ ପକାଇଥାଏ। ସନ୍ଧବ ଲୁଣରେ ପ୍ରାକୃତିକ ମିନେରାଲ୍ସ ରହିଛି ଯାହା ମାନବ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ।

 ଏହି ପାନୀୟ ଦ୍ୱାରା ପାଚନ ସମସ୍ୟା ମଧ୍ୟ ଦୂର ହୋଇଥାଏ। ପାଚନ ସମସ୍ୟା ଥିଲେ ନିୟମିତ ସେବନ କରିବା ଉଚିତ। ଓଜନ କମ୍ କରିବାରେ ସନ୍ଧବ ଲୁଣର ମହତ୍ଵପୂର୍ଣ୍ଣ ଭୂମିକା ରହିଛି। ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ଶରୀରରୁ ଟକ୍ସିନ୍ ବାହାରି ଯାଇଥାଏ। ଯାହାଫଳରେ ଶରୀରରେ ମେଟାବୋଲିଜିମ୍ ଓ ଓଜନ ହ୍ରାସ ପ୍ରକ୍ରିୟା ବଢ଼ିଯାଇଥାଏ। ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ PH ସ୍ଥର ମଧ୍ୟ ଠିକ ରହେ। ଏହା ଏସିଡ଼ିଟି, ସ୍କିନ୍ ସମସ୍ୟା, ଗଣ୍ଠି ସମସ୍ୟା କମ୍ କରିବାରେ ସାହାଯ୍ୟ କରିଥାଏ। ଭୋଜନରେ ଗ୍ରହଣ କରିଥିବା ଅଧିକ ପୋଷାକ ତତ୍ତ୍ୱକୁ ଅବଶୋଷିତା କରିବାରେ ମଧ୍ୟ ସନ୍ଧବ ଲୁଣ ସାହାଯ୍ୟ କରିଥାଏ। ଆଣ୍ଟିଅକ୍ସିଡେଣ୍ଟ ଯୁକ୍ତ ହୋଇଥିବାରୁ ଏହା ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରୋଲ୍ ନିୟନ୍ତ୍ରଣ କରିଥାଏ ଏବଂ ରକ୍ତ ଜମାଟ ବାନ୍ଧିବାକୁ ଦେଇନଥାଏ।

କିପରି ପ୍ରସ୍ତୁତ କରିବେ ଜାଣନ୍ତୁ:

 ଗୋଟିଏ ଗ୍ଲାସ ସାଧା କିମ୍ବା ଉଷୁମ ପାଣିରେ ଗୋଟିଏ ଲେମ୍ବୁର ରସ ମିଶାଇ ଏକ ଚୁଟକୀ ସନ୍ଧବ ଲୁଣ ମିଶାନ୍ତୁ। ଏହାକୁ ଭଲ ଭାବେ ଫେଣ୍ଟି ସେବନ କରନ୍ତୁ। ଏହାକୁ ଆପଣ ସକାଳେ ଖାଲି ପେଟରେ ପିଇପାରିବେ। ଅନ୍ୟ ସମୟରେ ମଧ୍ୟ ପିଇପାରିବେ। ତେବେ ଓଜନ କମ୍ କରିବାକୁ ଏହା ଏକ ସାମାନ୍ୟ ଉପାୟ ମାତ୍ର। ଓଜନ କମ୍ କରିବାକୁ ଡାଏଟ୍ ସହ ବ୍ୟାୟାମ କରିବା ମଧ୍ୟ ଆବଶ୍ୟକ।