ପୁଣି ହାରିଲା ଭାରତ, ସିରିଜ କବଜା କଲା ଅଷ୍ଟ୍ରେଲିଆ

ସିଡନୀ, ଏଜେନ୍ସି: ଦ୍ୱିତୀୟ ଦିନିକିଆରେ ୫୧ରନରେ ହାରିଲା ଭାରତ। ଏହାସହ ଅଷ୍ଟ୍ରେଲିଆ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ କବଜା କରିଛି। ଆଉ ଗୋଟିଏ ମ୍ୟାଚ୍ ବାକି ଥିବା ବେଳେ ଦଳ ସିରିଜରେ ୨-୦ରେ ଅଗ୍ରଣୀ ରହିଛି। ଭାରତୀୟ ଦଳ ସବୁ ବିଭାଗରେ ନିରାଶଜନକ ପ୍ରଦର୍ଶନ କରି ପରାଜୟ ଭୋଗିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଷ୍ଟିଭ ସ୍ମିଥଙ୍କ ୧୦୫ ରନ, ଡେଭିଡ୍ ୱାର୍ଣ୍ଣରଙ୍କ ୮୩, ମାର୍ନସ ଲାବୁସାନେଙ୍କ ୭୦ ରନ ଓ ମାକ୍ସ ୱେଲଙ୍କ ବିସ୍ଫୋରକ ଅପରାଜିତ ୬୩ ରନ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍ ହରାଇ ବିଶାଳ ୩୮୯ ରନ କରିଥିଲା। ଜବାବରେ ଭାରତ ଅଧିନାୟକ ବିରାଟ କୋହଲିଙ୍କ ୮୯ ରନ ଓ କେଏଲ ରାହୁଲଙ୍କ ୭୬ ରନ ସହାୟତାରେ ୯ ୱିକେଟ୍ ହରାଇ ୩୩୮ ରନ କରିବାକୁ ସକ୍ଷମ ହୋଇଛି।