ରାୟଗଡ଼ା,ଏନ୍ଏନ୍ଏସ୍ : ଗତକାଲି ରାତିରେ ରାୟଗଡ଼ା ପୁଲିସକୁ ବଡ଼ ସଫଳତା ମିଳିଛି। ରାୟଗଡ଼ାଏବଂ ଚାନ୍ଦିଲି ପୁଲିସ ୫ଟି ଜାଗାରେ ଚଢ଼ଉ କରି ବିପୁଳ ପରିମାଣରେ ତମାଖୁ,ଗୁଟକା ଓ ଭାଙ୍ଗ ଜବତ କରିଛି । ଜବତ ଗୁଟକାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବବୋଲି ରାୟଗଡା ଏସପି ସୂଚନା ଦେଇଥିବାବେଳେ ଘୁଟକା କାରବାରର କିଙ୍ଗପିନ୍ ଆଇ.ରବି କୁମାର କୁ ପୁଲିସ ଗିରଫ୍ କରି ପଚରାଉଚରା କରୁଛି। ତେବେ ଏହି ଗୁଟକା କାରବାରରେ ଆଉ କିଏ ସାମିଲ ଅଛନ୍ତି ତାର ଖୋଳତାଡ଼ ଆରମ୍ଭ କରୁଛି ଟାଉନ୍ ପୁଲିସ।