ଜିଲ୍ଲା ବିଜେଡି ପକ୍ଷରୁ ରକ୍ତଦାନ ଶିବିର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଛାତ୍ର ଓ ବିିଜୁ ଯୁବ ଜନତା ଦଳ ତରଫରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ସଂଗୃହୀତ ୧୫ ୟୁନିଟ୍ ରକ୍ତ ଜିଲ୍ଲା ରକ୍ତ ଭଣ୍ଡାରକୁ ପ୍ରଦାନ କରାଯିବାସହ ଜିଲ୍ଲାରେ ରକ୍ତାଭାବକୁ ଦୂର କରିବା ପାଇଁ ଆଗାମୀ ଦିନରେ ଆହୁରି ରକ୍ତଦାନ ଶିବିର ଅନୁଷ୍ଠିତ କରାଯିବ ବୋଲି ଜିଲ୍ଲା ସଂଯୋଜକ ଶ୍ରୀ ତ୍ରିନାଥ ଗୁଆଲ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ସଦସ୍ୟ ଶ୍ରୀ ତାପସ ରାୟ ଚୌଧୁରୀ, ସନ୍ଦୀପ ଅବସ୍ତୀ, ହରିଶ ଗଣତ୍ରା, ଜୟ ପ୍ରକାଶ କୁଅଁର, ତୁଳସୀ ପ୍ରସାଦ ଦାଶ, ପି ୁ ପାଢ଼ୀ, ପ୍ରଶାନ୍ତ ଜେନା, ନରେଶ ସିଂଘ, ବିନୟ ପଟେଲ, ଧର୍ମୁ ବେହେରା, ଲିଙ୍ଗରାଜ ମହାପାତ୍ର, ସିଦ୍ଧାର୍ଥ ଚନ୍ଦ୍ରନା ପ୍ରମୁକଙ୍କସହ ଜିଲ୍ଲା ଯୁବ ଓ ଛାତ୍ର ବିଜୁ ଜନତା ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ।