ପାଟଣା,ଏନ୍ଏନ୍ଏସ୍: ଗତ ବୁଧବାର ଦିନ କୋଅପରେଟିଭ ବ୍ୟାଙ୍କର ଜଣେ ମହିଳା କର୍ମଚାରୀଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ତୁରୁମୁଙ୍ଗା ପୁଲିସ। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ମୁଖରୁ ଲୁଟ ହୋଇଥିଲା। ପୁଲିସ ଲୁଟେରାକୁ ଯାଜପୁର ଜିଲ୍ଲା ଯଖପୁରା ଥାନା ଅଞ୍ଚଳରୁ ଗିରଫ କରିଛି। ଗିରଫ ଲୁଟେରା ଜଣଙ୍କ ହେଲେ ଯାଜପୁର ଜିଲ୍ଲା ଯଖପୁରା ଥାନା ଦଶମଣିଆ ଗ୍ରାମର ଭୋଳା ପ୍ରଧାନ। ଭୋଳାଠାରୁ ୫ ଲକ୍ଷ ଟଙ୍କା ଜବତ କରିଛି ପୁଲିସ। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଲୁଟେରା ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର ଥିବା ତୁରୁମୁଙ୍ଗା ଥାନା ଅଧିକାରୀ ସୁଶାନ୍ତ ମଣୀ ମହାନ୍ତି କହିଛନ୍ତି।