ଭ୍ୟାକ୍ସିନର ସମୀକ୍ଷା ପାଇଁ ଆସନ୍ତାକାଲି ମୋଦୀଙ୍କ ୩ ସହର ଗସ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଭ୍ୟାକ୍ସିନ ସହ ଜଡ଼ିତ କାର୍ଯ୍ୟର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କାଲି ୩ଟି ସହର ଗସ୍ତ କରିବେ। ମୋଦୀ ଅହମ୍ମଦାବାଦର ଜାଇଡସ କେଡିଲା ପାର୍କ, ହାଇଦ୍ରାବାଦର ଭାରତ ବାୟୋଟିକ୍ ଓ ପୁଣେର ସିରମ୍ ଇନଷ୍ଟିଚ୍ୟୁଟ ଯିବେ। ମୋଦୀ ଏହି କେନ୍ଦ୍ରକୁ ଗସ୍ତ କରିବା ସହ ବୈଜ୍ଞାନିକଙ୍କ ସହ ଭ୍ୟାକ୍ସିନକୁ ନେଇ ବିଶେଷ ଆଲୋଚନା କରିବେ।

ଜଣେ ଅଧିକାରୀଙ୍କ କହିବା ମୁତାବକ, ମୋଦୀ ସକାଳ ୯ଟାରେ ଜାଇଡସ କେଡିଲା ଓ ଦ୍ୱିପ୍ରହର ୧୨ଟାରେ ପୁଣେ ପହଞ୍ଚିବେ। ପରେ ହାଇଦ୍ରାବଦର ‘ଭାରତ ବାୟୋଟେକ୍’ କେନ୍ଦ୍ର ଯିବେ। ମୋଦୀ ହାଇଦ୍ରାବାଦରୁ ପାଖାପାଖି୫୦ କିମି ଦୂରରେ ଥିବା ‘ହକୀମପେଟ ବାୟୁସେନା ଅଡ୍ଡା’ ପହଞ୍ଚିବେ ଯେଉଁଠି କୋଭିଡ ୧୯ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଜାରି ରହିଛି। ସେଠାରେ ୧ ଘଣ୍ଟା ରହିବା ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଆସିବେ।