୬ ଲକ୍ଷ ଲୁଟିନେଲେ ମୁଖା ପିନ୍ଧା ଦୁର୍ବୃତ୍ତ

ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ବାଇକ ଲୁଟେରା ଗ୍ୟାଙ୍ଗ ପୁଣି ସକ୍ରୀୟ ହେବାରେ ଲାଗଛନ୍ତି। ଆଜି ଅପରାହ୍ଣରେ ମାଲକାନଗିରି ସଦର ମହକୁମାସ୍ଥିତ ପିଡବ୍ଲୁଡି କାର୍ଯ୍ୟାଳୟ ନିକଟରେ ସ୍ଥାନୀୟ ଗୋପାଳ କ୍ରିଷ୍ଣା ହାଡୱେର ଦୋକାନରେ କାମ କରୁଥିବା ମ୍ୟାନେଜର ରବି ପ୍ରଧାନ ୬ ଲକ୍ଷ ଟଙ୍କା ଧରି ବ୍ୟାଙ୍କ ଯାଉଥିବାବେଳେ ବାଇକ୍ ରେ ଦୁଇଜଣ ମୁଖାପିନ୍ଧା ଦୁର୍ବୁତ୍ତ ଆସି ତାଙ୍କୁ ନିସ୍ତୁକ ମାଡ଼ମାରି ତାଙ୍କ ଠାରୁ ଡିକିରେ ଥିବା ଟଙ୍କା ବ୍ୟାଗକୁ ଛଡାଇ ନେଇଥିଲେ। ଏ ସଂକ୍ରାନ୍ତରେ ମାଲକାନଗିରି ଥାନାରେ ଅଭିଯୋଗ ହେବାପରେ ଆଇଆଇସି ରାମପ୍ରସାଦ ନାଗ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।