ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ମାମଲା ଲଗାତାର ଭାବେ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସେଥିପାଇଁ କେଜ୍ରିୱାଲ କହିଛନ୍ତି ଯେ, ଯେଉଁ ବଜାରରେ କୋଭିଡ-୧୯ ନିୟମ ପାଳନ ହେଉନାହିଁ ତାକୁ ଦିଲ୍ଲୀ ସରକାର କିଛିଦିନ ପାଇଁ ବନ୍ଦ କରିପାରନ୍ତି। ଏଥିପାଇଁ ଏକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯାଇଛି।
କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଦିଲ୍ଲୀରେ କରୋନା ମାମଲା ବଢ଼ିଲେ ଛୋଟ ସ୍ତରରେ ଲକଡାଉନ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ବିବାହରେ ଅତିଥୀଙ୍କ ସଂଖ୍ୟା ୨୦୦ ବଦଳରେ ୫୦ ମଧ୍ୟରେ ସୀମିତ କରିବା ଉପରେ ମଧ୍ୟ ବିଚାର କରାଯାଉଛି।