ଗାର୍ବେଜ କେଫେ

ଦୁନିଆରେ କୌଣସି ନା କୌଣସି ଭାବରେ ପ୍ଲାଷ୍ଟିକର ବ୍ୟବହାର କରାଯାଉଛି। ସରକାରୀ ଓ ବେସରକାରୀ ସଂସ୍ଥା ଦ୍ୱାରା ଏହା ଉପରେ ରୋକ ଲଗାଇବା ପାଇଁ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହା ସତ୍ତେ୍ୱ କୌଣସି ନା କୌଣସି ଉପାୟରେ ଏହାର ଉପଯୋଗ କରାଯାଉଛି। ପ୍ରକୃତି ପାଇଁ ଏହା ସବୁଠାରୁ ବଡ ବିପଦ ଭାବରେ ଦେଖାଦେଇଛି। ଏପରିସ୍ଥଳେ ଏହାର ବ୍ୟବହାର ନକରିବା ପାଇଁ ଅନେକ ଉପାୟ କରାଯାଉଛି। ଏହି ଆବର୍ଜନା ସମସ୍ୟାକୁ ନେଇ ଛତିଶଗଡ଼ରେ ଏକ ସୁନ୍ଦର ବ୍ୟବସ୍ଥା କରାଯାଇଛି। ଛତିଶଗଡ଼ରେ ‘ଗାର୍ବେଜ କେଫେ’ ଦେଶର ପ୍ରଥମ କେଫେ ଯେଉଁଠାରେ ପ୍ଲାଷ୍ଟିକର ଆବର୍ଜନା ଦେଲେ ଭରପୂର ଖାଦ୍ୟ ମିଳିବ। ସେଠିକାର ନଗର ନିଗମ ଗରିବ ଓ ବାସହୀନ ଲୋକଙ୍କ ପାଇଁ ପ୍ଲାଷ୍ଟିକ ଆବର୍ଜନା ବଦଳରେ ଏହି କେଫେ ଖାଇବାକୁ ଦେବ। ସେଠାରେ ୧ କେଜି ପ୍ଲାଷ୍ଟିକ୍ ବଦଳରେ ପେଟପୂରା ଖାଇବା ମିଳିବ। ୫୦୦ ଗ୍ରାମ୍ ପ୍ଲାଷ୍ଟିକ ବଦଳରେ ବ୍ରେକଫାଷ୍ଟ କରିପାରିବେ। ଏହି କେଫେଟି ସହରର ମୁଖ୍ୟ ବସଷ୍ଟାଣ୍ଡ୍ ପାଖରେ ଅବସ୍ଥିତ। ଏହା ସହିତ ବଜେଟରେ ଏହି ଗାର୍ବେଜ ସ୍କିମ୍ ପାଇଁ ପାଞ୍ଚ ଲକ୍ଷ ଟଙ୍କା ମଧ୍ୟ ଦିଆଯାଇଛି। ନଗର ନିଗମ ଗରିବ ଓ ବେଘର ଲୋକଙ୍କୁ ଶରଣ ଦେବା ପାଇଁ ମଧ୍ୟ ଯୋଦନା କରୁଛନ୍ତି। ଏହା ବ୍ୟତୀତ ସେଠାରେ ସଡକ ନିର୍ମାଣର ଯୋଜନା ରହିଛି। ତେଣୁ ପ୍ଲାଷ୍ଟିକରୁ ଛତିଶଗଡ଼ର ଅମ୍ବିକାପୁର ସହରର ସଡ଼କ ତିଆରି କରାଯିବ। ଇନ୍ଦୋର ପରେ ଯୋଜନା ଅମ୍ବିକାପୁର ପରିଷ୍କାର ଦୃଷ୍ଟିରୁ ଦ୍ୱିତୀୟ ସହର ଭାବରେ ମାନ୍ୟତା ପାଇଛି।