Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ ଘୋଷଣା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ ଘୋଷଣା

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ପାଇଁ ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଶ୍ରୀମନ୍ଦିରର ସୁରକ୍ଷା ସରକାରଙ୍କ ସର୍ବାଧିକ ପ୍ରାଥମିକତା

ଶ୍ରୀମନ୍ଦିରର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ରାଜ୍ୟ ସରକାର ମନ୍ଦିର ଚତୁପାର୍ଶ୍ୱରେ ଏକ ସୁରକ୍ଷିତ ଅଞ୍ଚଳ ସୃଷ୍ଟି କରିବା ପାଇଁ ନିଷ୍ପତ୍ତି କରି କାର୍ଯ୍ୟାରମ୍ଭ କରିଛନ୍ତି l ଶ୍ରୀମନ୍ଦିର ଆମର ଏକ ପ୍ରମୁଖ ଐତିହସ୍ଥଳ ହୋଇଥିବାରୁ ଏହାର ସୁରକ୍ଷାରେ କୌଣସି ସାଲିସ କରାଯାଇ ପାରିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରି ଦେଇଛନ୍ତି l

ସୂଚନାଯୋଗ୍ୟ ଯେ ମନ୍ଦିରର ସୁରକ୍ଷା ଓ ପୁରୀକୁ ବିଶ୍ୱ ଐତିହ ନଗରୀ ଭାବରେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତ ଅଗଷ୍ଟ ୨୩ ତାରିଖ ଦିନ ଏକ ପ୍ୟାକେଜ୍‌ ଘୋଷାଣା କରିଥିଲେ l ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ଅଞ୍ଚଳରେ ଥିବା ଜମି ଓ ଅନ୍ୟାନ୍ୟ ସମ୍ପତ୍ତି ଅଧିଗ୍ରହଣ ପାଇଁ Right to Fair Compensation and Transparency in Land Acquisition, Rehabilitation and Resettlement Act, 2013 ସହିତ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଥଇଥାନ ଓ ପୁନର୍ବାସ (Relief & Rehabilitation Policy) ନୀତି ଘୋଷଣା କରିଛନ୍ତି l

ଏହି ନୀତି ଅନୁଯାୟୀ :
• ବାସଗୃହ ଅଧିଗ୍ରହଣ – ବାସଗୃହ ପାଇଁ ବ୍ୟବହୃତ ହୋଇଥିବା ଜମି ଓ ଅନ୍ୟାନ୍ୟ ସମ୍ପତ୍ତିର ଅଧିଗ୍ରହଣ କ୍ଷେତ୍ରରେ Right to Fair Compensation and Transparency in Land Acquisition, Rehabilitation and Resettlement Act, 2013 ସହିତ ସ୍ୱତନ୍ତ୍ର ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ l
• ଥଇଥାନ ଓ ପୁନର୍ବାସ ସହାୟତା – ଅଧିଗୃହିତ ଅଞ୍ଚଳରେ ଥିବା ଘର ଗୁଡିକ ପାଇଁ ସବୁ ପରିବାରକୁ କ୍ଷତିପୂରଣ ଦିଆଯିବ l
୧. ସ୍ଥାନାନ୍ତରିତ ହେଉଥିବା ପରିବାରଗୁଡିକୁ ପରିବହନ ତଥା ଆନୁସଙ୍ଗିକ ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କା ତୁରନ୍ତ ସହାୟତା ଦିଆଯିବ l
୨. ବିସ୍ଥାପିତ ପରିବାର ଗୁଡିକ ବାସଗୃହ କିମ୍ବା ଜମି ପାଇବା ପର୍ଯ୍ୟନ୍ତ ସେମାନଙ୍କୁ ମାସିକ ୧୦ ହଜାର ଟଙ୍କା ଘରଭଡା ସହାୟତା ଦିଆଯିବ l ଏକକାଳୀନ ସହାୟତା ନେଉଥିବା ପରିବାର ପାଇଁ ଏହା ପ୍ରଯୁଜ୍ୟ ନୁହେଁ l
ପୁନର୍ବାସ ଯୋଜନା : ଏହି ଯୋଜନା ଅନୁଯାୟୀ ପ୍ରତ୍ୟେକ ବିସ୍ଥାପିତ ପରିବାର ନିମ୍ନଲିଖିତ ତିନୋଟି ଇଚ୍ଛାଧୀନ ସହାୟତା ମଧ୍ୟରୁ ଯେ କୌଣସି ଗୋଟିଏକୁ ବାଛିପାରିବେ l ଏହା ହେଉଛି (୧) ଗୋଟିଏ ପରିବାର ଏକକାଳୀନ ୩୦ ଲକ୍ଷ ଟଙ୍କାର ସହାୟତା ନେଇପାରିବେ କିମ୍ବା (୨) ମନ୍ଦିରର ୧.୫ କି.ମି. ଅଞ୍ଚଳ ମଧ୍ୟରେ ପ୍ରସ୍ତାବିତ ପୁନର୍ବାସ ଓ ଥଇଥାନ କଲୋନୀରେ ୫୨୦ ବର୍ଗଫୁଟ ପରିମିତ ଘର କିମ୍ବା (୩) ମନ୍ଦିରର ୨ କି.ମି. ମଧ୍ୟରେ ୪୦ X ୨୫ ଫୁଟର ଏକ ଜାଗା l ଏକକାଳୀନ ସହାୟତା ନେଇଥିବା ପରିବାର ଘରଭଡା ସହାୟତା ପାଇବେ ନାହିଁ l

ଦୋକାନ ଗୃହ ଅଧିଗ୍ରହଣ ସହାୟତା :
ଦୋକାନଗୃହ ଅଧିଗ୍ରହଣ – ଦୋକାନଗୃହ ପାଇଁ ବ୍ୟବହୃତ ହୋଇଥିବା ଜମି ଓ ଅନ୍ୟାନ୍ୟ ସମ୍ପତ୍ତିର ଅଧିଗ୍ରହଣ କ୍ଷେତ୍ରରେ Right to Fair Compensation and Transparency in Land Acquisition, Rehabilitation and Resettlement Act, 2013 ସହିତ ସ୍ୱତନ୍ତ୍ର ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ l

କ୍ଷତିପୂରଣ – ପରିବହନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏକକାଳୀନ ୫୦ ହଜାର ଟଙ୍କା ସହାୟତା l
ଘରଭଡା ସହାୟତା – ଦୋକାନ ଘର ପାଇଁ ମଧ୍ୟ ୨ ପ୍ରକାର ସହାୟତା ଘୋଷଣା କରାଯାଇଛି l ଏଥିରୁ ଯେ କୌଣସି ଗୋଟିଏକୁ ବାଛିପାରିବେ l
(୧) ୨୦୦ ବର୍ଗ ଫୁଟରୁ କମ୍‌, ୨୦୦ ରୁ ୫୦୦ ବର୍ଗଫୁଟ ମଧ୍ୟରେ ଏବଂ ୫୦୦ ବର୍ଗଫୁଟରୁ ଅଧିକ Built-up area ରେ ଥିବା ଦୋକାନ ପାଇଁ ମାସିକ ଯଥାକ୍ରମେ ୫ ହଜାର, ୧୦ ହଜାର ଓ ୧୫ ହଜାର ଟଙ୍କା ଘର ଭଡା ଦିଆଯିବ କିମ୍ବା
(୨) ଜିଲ୍ଲାପାଳଙ୍କ ସହାୟତାରେ ପୁରୀର ବିଭିନ୍ନ Market Complex ରେ ଉପଲବ୍ଧ ଦୋକାନ ଘର ଦିଆଯିବ l
ପୁନର୍ବାସ ସହାୟତା – Security Zone ଭିତରେ ଥିବା ପ୍ରତ୍ୟେକଟି ଦୋକାନ ଘର ପାଇଁ ଥଇଥାନ ବ୍ୟବସ୍ଥା କରାଯିବ l
ଲଜ୍‌(Lodge) ଅଧିଗ୍ରହଣ –
ଯେଉଁ ଲଜ୍‌ ଗୁଡିକ ୧୫୦୦ ବର୍ଗଫୁଟରୁ ଅଧିକ ସେମାନଙ୍କ ପାଇଁ ନିର୍ଦ୍ଧାରିତ ପୁନର୍ବାସ ଥଇଥାନ ନୀତି ଅନୁଯାୟୀ କ୍ଷତିପୂରଣ ଓ ଅନ୍ୟାନ୍ୟ ସହାୟତା ବ୍ୟବସ୍ଥା କରାଯାଇଛି l
୩୦୦୦ ବର୍ଗଫୁଟରୁ ଅଧିକ ଅଞ୍ଚଳରେ ଥିବା ଲଜ୍‌ଗୁଡିକୁ ୧୦ ଲକ୍ଷ ଟଙ୍କା ଏବଂ ୩୦୦୦ ବର୍ଗଫୁଟରୁ କମ୍‌ ଅଞ୍ଚଳରେ ଥିବା ଲଜ୍‌ଗୁଡିକ ପାଇଁ ୫ ଲକ୍ଷ ଟଙ୍କା ତୁରନ୍ତ ସହାୟତା ଦିଆଯିବ l ଏତଦ୍‌ ବ୍ୟତୀତ ପ୍ରତି ଲଜ୍‌କୁ ବର୍ଗଫୁଟ ପିଛା ୨୫ ଟଙ୍କା ଲେଖାଏଁ ମାସିକ ଆର୍ଥିକ ସହାୟତା ୧୮ ମାସ ପର୍ଯ୍ୟନ୍ତ ଦିଆଯିବ l

ଲଜ୍‌ ଅଧିଗ୍ରହଣ – ଲଜ୍‌ ପାଇଁ ବ୍ୟବହୃତ ହୋଇଥିବା ଜମି ଓ ଅନ୍ୟାନ୍ୟ ସମ୍ପତ୍ତିର ଅଧିଗ୍ରହଣ କ୍ଷେତ୍ରରେ Right to Fair Compensation and Transparency in Land Acquisition, Rehabilitation and Resettlement Act, 2013 ସହିତ ସ୍ୱତନ୍ତ୍ର ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ l
ପୁନର୍ବାସ ସହାୟତା – ଲଜ୍‌ ମାଲିକମାନେ Built up area ର ପ୍ରତି ବର୍ଗଫୁଟ ପାଇଁ ୨୦୦୦ ଟଙ୍କା ଲେଖାଏଁ ଏକକାଳୀନ ସହାୟତା ନେଇପାରିବେ କିମ୍ବା
ବଡଦାଣ୍ଡର ଉଭୟ ପାର୍ଶ୍ୱର ୩୦୦ ମିଟର ମଧ୍ୟରେ ସେମାନେ ଚାହିଁଲେ ୫୦ X ୩୦, ୫୦ X ୪୦, ୫୦ X ୬୦ ବର୍ଗଫୁଟ ଜାଗା ଯୋଗାଇ ଦିଆଯିବ l ଏଥିରେ ଲଜ୍‌ ନିର୍ମାଣ ପାଇଁ ବର୍ଗଫୁଟ ପିଛା ୭୫୦ ଟଙ୍କା ଲେଖାଏଁ ସହାୟତା ଦିଆଯିବ l
ଅସ୍ଥାୟୀ କ୍ଷୁଦ୍ର ବ୍ୟବସାୟୀ –
• ଏକକାଳୀନ ସହାୟତା ୩୦ ହଜାର ଟଙ୍କା l
• ସେମାନଙ୍କର ବ୍ୟବସାୟ ପାଇଁ ଜିଲ୍ଲାପାଳ ନିର୍ଦ୍ଧାରିତ ଯାଗା ଯୋଗାଇ ଦେବେ l
ମଠ :
• ସୁରକ୍ଷିତ ଜୋନ୍‌ ମଧ୍ୟରେ ଥିବା ମଠ ପାଇଁ ଏକ ବିସ୍ତୃତ ଥଇଥାନ, ସଂରକ୍ଷଣ ଏବଂ ପୁନର୍ବାସ ବ୍ୟବସ୍ଥା କରାଯାଇଛି l ପୁରୀ ଜିଲ୍ଲାପାଳ ସଂପୃକ୍ତ ପକ୍ଷମାନଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ଗ୍ରହଣ କରିବେ l
• ମଠର ଗାଦି ଏବଂ ପ୍ରତିଷ୍ଠିତ ଦେବାଦେବୀ ପୀଠର ସଂରକ୍ଷଣ କରାଯିବ l
• ପ୍ରତ୍ୟେକ ମଠର ସ୍ୱତନ୍ତ୍ର ପରିଚୟ ରହିଥିବାରୁ ସେଗୁଡିକର ପୁନର୍ବିନ୍ୟାସ ସମୟରେ ସଂପୃକ୍ତ ମଠର କୀର୍ତ୍ତିରାଜିର ସଂରକ୍ଷଣ କରାଯିବା ସହିତ ଶ୍ରୀମନ୍ଦିରରେ ସେବାପାଇଁ ଥିବା ପାରମ୍ପରିକ ବ୍ୟବସ୍ଥା ବଜାୟ ରଖାଯିବ l
• ଏହି ମଠଗୁଡିକରେ ପାର୍କିଙ୍ଗ୍‌ ବ୍ୟବସ୍ଥା ସହିତ ସେମାନଙ୍କର ଆର୍ଥିକ ସୁରକ୍ଷା ପାଇଁ Market Complex ମାନଙ୍କରେ ଦୋକାନ ଘର ଯୋଗାଇ ଦିଆଯିବ l

ଏହି Package ଜିଲ୍ଲାପାଳଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯିବ l ଜିଲ୍ଲାପାଳ ସଂପୃକ୍ତ ପକ୍ଷଙ୍କ ସହିତ ଆଲୋଚନା କରି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ଅନୁମୋଦନ କ୍ରମେ ଏହି Package ରେ ଆବଶ୍ୟକ ସ୍ଥଳେ ପରିବର୍ତ୍ତନ କରିପାରିବେ l
ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ଭିତରେ ଯେଉଁମାନେ ସ୍ୱେଚ୍ଛାକୃତ ଭାବରେ ସୁରକ୍ଷା ଜୋନ୍‌ରେ ଥିବା ସେମାନଙ୍କରେ ସମ୍ପତ୍ତି ସରକାରଙ୍କୁ ହସ୍ତାନ୍ତର କରିବେ ସେମାନଙ୍କୁ ପ୍ୟାକେଜ୍‌ ସହିତ ୧୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ଦିଆଯିବ l
ଉଲ୍ଲେଖଯୋଗ୍ୟ ଯେ ସୁରକ୍ଷା ଓ ବିକାଶକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସ କମିଶନଙ୍କ କେତେକ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି l ଜଷ୍ଟିସ ଦାସ କମିଶନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ହେଉଛି ଶ୍ରୀମନ୍ଦିରର ସୁରକ୍ଷାକୁ ସୁଦୃଢ କରିବା ପାଇଁ ମନ୍ଦିର ଚତୁପାର୍ଶ୍ୱରେ ୭୫ ମିଟର ପ୍ରସ୍ଥ ବିଶିଷ୍ଟ ଏକ ସୁରକ୍ଷା ଜୋନ୍‌ ବା ନିରାପତ୍ତା ଅଞ୍ଚଳ ନିର୍ମାଣ କରିବା l ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଏହି ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି l ଏଥିପାଇଁ ସୁରକ୍ଷିତ ଜୋନ୍‌ ମଧ୍ୟରେ ଘର, ଦୋକାନ ଓ ମଠ ଗୁଡିକର ସ୍ଥାନାନ୍ତରଣ ଅତ୍ୟନ୍ତ ଜରୁରୀ ହୋଇଥିବାରୁ ରାଜ୍ୟ ସରକାର ପୁରୀର ଜନସାଧାରଣଙ୍କର ସହଯୋଗ କାମନା କରିଛନ୍ତି l

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରୁ ସ୍ଥାନାନ୍ତରିତ ବାସଗୃହ, ଦୋକାନ, ଘର ଓ ଲଜ୍‌ ମାଲିକମାନଙ୍କ ନିମନ୍ତେ ୨୦୧୩ ମସିହାରେ ଘୋଷିତ ଥଇଥାନ ନୀତି ସହିତ ଅତିରିକ୍ତ ଭାବେ ସ୍ୱତନ୍ତ୍ର ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ କ୍ଷତିପୁରଣ ଓ ସହାୟତା ପ୍ରଦାନ କରାଯିବ l