ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ଦାରିଙ୍ଗବାଡ଼ି ବ୍ଲକ ରାଶିପଦା ପଡ଼ିଆଠାରେ ଶୁକ୍ରବାର ନୂତନ ସଭାପତି ସନ୍ତୋଷ କୁମାର ସାହୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଜିଲ୍ଲା-ଉପସଭାପତି ବିଷ୍ଣୁଚରଣ ପ୍ରଧାନ ଏବଂ ପୂର୍ବତନ ମଣ୍ଡଳ ସଭାପତି ଅରୁଣ ପ୍ରଧାନ ପ୍ରମୁଖ ନୂତନ ସଭାପତିଙ୍କୁ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହରେନ କୁମାର ସାହୁ, ଇନ୍ଦ୍ରମଣୀ ପ୍ରଧାନ, ଜୟଚନ୍ଦ୍ର ପଡ୍ରା, ସାନ୍ତନୁ ପ୍ରଧାନ, ମାନେଙ୍ଗା ପ୍ରଧାନ, ପାଣ୍ଡବ ପ୍ରଧାନ, ଶ୍ରୀଚନ୍ଦ୍ର ଦଣ୍ଡସେନା, ସୋନାଲୀ ପ୍ରଧାନ, ଜ୍ୟୋତ୍ସାରାଣୀ ନାୟକ, ମିନକେତନ ସାହୁ, ପ୍ରଭାକର ସାହୁ, ନିରଞ୍ଜନ ସାହୁ, ବିରଞ୍ଚି ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ, ଗତ ୨୪ତାରିଖରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ତଥା କନ୍ଧମାଳ ଜିଲ୍ଲା ପ୍ରଭାରୀ ବିରଞ୍ଚି ନାରାୟାଣ ତ୍ରୀପାଠି ସନ୍ତୋଷ ସାହୁଙ୍କୁ ଦାରିଙ୍ଗବାଡ଼ି ବ୍ଲକର ସଭାପତି ଭାବେ ଚୟନ କରାଯାଇଥିବା ନେଇ ଘୋଷଣା କରିଥିଲେ।