ସହରାଞ୍ଚଳ ଉନ୍ନୟନ ଏଜେନ୍ସିର ସମୀକ୍ଷା ବୈଠକରେ ପାରିତ ହେଲା ୧୦ କୋଟିର ପ୍ରକଳ୍ପ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲାରେ ସହରାଞ୍ଚଳର ଉନ୍ନତି ପାଇଁ ଉନ୍ନୟନ ଏଜେନ୍ସିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଡିଆରଡିଏ ସମ୍ମିଳନୀ କକ୍ଷ୍ୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଡିଆରଡିଏ ପ୍ରକଳ୍ପ ପ୍ରଶାସକ ଅମୃତ ଋତୁରାଜଙ୍କ ସମେତ ରାୟଗଡା, ଗୁଣପୁର, ଗୁଡାରୀ ପୌରପାଳିକାର କାର୍ଯ୍ୟାନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ। ଏଥିରେ ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଉନ୍ନତ୍ତି ଯୋଜନା, ଆଲୋକିକରଣ, ପରିମଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ଆଲୋଚନା ହେବାସହ ଏହାର ଅଗ୍ରଗତି ସମ୍ପର୍କରେ ତଥ୍ୟ ରଖା ଯାଇଥିଲା। ଆଗକୁ ପୌର ନିର୍ବାଚନ ଥିବାରୁ ଏହା ପୂର୍ବରୁ ପ୍ରଶାସନିକ ବ୍ୟବସ୍ଥା ମଧ୍ୟରେ ନିଆଯାଇଥିବା ବଡ଼ ବଡ଼ ପ୍ରକଳ୍ପର କାର୍ଯ୍ୟ ସାରିବାକୁ ଡିଆରଡିଏ ପ୍ରକଳ୍ପ ପ୍ରଶାସକ ଅମୃତ ଋତୁରାଜ ଉପସ୍ଥିତ ଅଧିକାରୀଙ୍କୁ ତାଗିଦ କରିଥିଲେ ।