ଜୁଆ ଆଡ୍ଡାରେ ଚଢ଼ଉ, ୫ ଗିରଫ

ଝାରସୁଗୁଡା,ଏନ୍ଏନ୍ଏସ୍: ଲଖନପୁର ଥାନା ବଞ୍ଜାରୀ କାଜୁ ଫିଲ୍ଡରେ ବେଆଇନ ଭାବରେ ଜୁଆ ଖେଳ ଚାଲିଥିବା ସମୟରେ ପୁଲିସ ଅତର୍କିତ ଭାବରେ ଚଢ଼ଉ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାସହ ସେମାନଙ୍କ ନିକଟରୁ ୬ଟି ମୋବାଇଲ ଫୋନ, ୬ଟି ବାଇକ ସହ ନଗଦ ୧୭୫ ୮୦ ଟଙ୍କା ଓ ୨ ସେଟ୍ ତାସ ଜବତ କରିଛି। ଗିରଫ ଅଭିଯୁକ୍ତମାନେ କୁଡାଲୋଇ ଗ୍ରାମର ଭାଗବତିଆ ସାହୁ(୪୫), ଖଇରକୁନି ଗ୍ରାମର ଯୋଗେଶ୍ୱର ପଧାନ(୩୧), ସନ୍ତୋଷ ଗର୍ଡିଆ(୩୯), ଗୁମାଡେରାର ହରିଷ ଅଗ୍ରୱାଲ(୨୪) ଓ ଛୁଆଲିବେର୍ଣ୍ଣା ଗ୍ରାମର ଥଣ୍ଡା ଦାସ(୨୦) ବୋଲି ପୁଲିସ ସୂଚନା ଦେଇଛି। ଏଏସଆଇ ଗିରିଧାରୀ ପ୍ରଧାନଙ୍କ ସମେତ ୭ଜଣିଆ ଏକ ପୁଲିସ ଟିମ ଅତର୍କିତ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।