ଆଳି,ଏନ୍ଏନ୍ଏସ୍: କଟକ -ଚାନ୍ଦବାଲି ରାସ୍ତାର ଆଳି ଡ଼ାକବଙ୍ଗଳା ଛକ ନିକଟରେ ଗତକାଲି ରାତ୍ରିରେ ଏକ କାର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଏକ ପାଚେରିରେ ଧକ୍କା ହୋଇଛି। ଗାଡିଟି ଆଳି ରାଜା ସାହେବ ଶରତ ଦେବଙ୍କ ଷ୍ଟାଚ୍ୟୁ ପାଚେରିରେ ଧକ୍କା ହୋଇଥିଲା। ଫଳରେ ପାଚେରି କାନ୍ଥ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।
ଦୁର୍ଘଟଣା ପରେ ଗାଡିକୁ ସେଠାରେ ଛାଡ଼ି ଚାଳକ ଫେରାର ହୋଇଯାଇଥିବା ବେଳେ ଏଥିରେ କେହି ଆହତ ହୋଇଥିବା ନେଇ କୌଣସି ସୂଚନା ମିଳିନାହିିଁ। ତେବେ ଆଜି ସକାଳୁ ସ୍ଥାନୀୟ ଲୋକମାନେ ଗାଡ଼ିଟିକୁ ପାଚେରିରେ ଧକ୍କା ହୋଇଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ପରେ ଆଳି ଥାନା ଏସଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀ ଥାନା କର୍ମଚାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଗାଡ଼ିକୁ ଜବତ କରି ଥାନାକୁ ଆଣିଛନ୍ତି।