ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭାଇରସର ଦୈନିକ ସଂକ୍ରମିତ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦେଶରେ ପୁଣି ୪୪,୨୮୧ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୫୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୫ ହଜାରରୁ କମ କେସ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୬ ଲକ୍ଷ ୩୬ ହଜାର ୦୧୨ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟା ଭିତରେ ୫୦,୩୨୬ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଦେଶରେ ଏହି ସଂଖ୍ୟା ୮୦ ଲକ୍ଷ ୧୩ ହଜାର ୭୮୪ରେ ପହଞ୍ଚିଛି।
ବର୍ତ୍ତମାନ ସମୟରେ ଦେଶରେ ୪ ଲକ୍ଷ ୯୪ ହଜାର ୬୫୭ ସକ୍ରିୟ ମାମଲା ରହିଛି, ଯେବେକି ଗୋଟିଏ ଦିନ ଭିତରେ ୬,୫୫୭ ସକ୍ରିୟ ମାମଲା କମିଛି। ସେହିପରି ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୭ ହଜାର ୫୭୧କୁ ଛୁଇଁଥିବା ଜଣାପଡ଼ିଛି।