କୋରାପୁଟ,ଏନ୍ଏନ୍ଏସ୍: ମହୁମାଛି ଆକ୍ରମଣରେ କୋରାପୁଟ ବ୍ଲକ ବଡ଼କେରେଙ୍ଗା ପଞ୍ଚାୟତ କୁଲସା ଗ୍ରାମର ୨ଜଣ ଶିଶୁ ଓ ୫ଜଣ ମହିଳା ଆହତ ହୋଇ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ବାଲା ଜାନି, ଲଲିତା ମୁଦୁଲି, ସୁନ୍ଦରୀ ଜାନି, କମଳା ମୁଦୁଲି ଓ ସୁବତୀ ଜାନି ଧାନ କାଟିବା ନିମନ୍ତେ ୨ଶିଶୁ ସୁନ୍ଦରୀ ଜାନି(୪) ଓ କମଳା ମୁଦୁଲି(୧)କୁ ନେଇ ଜମିକୁ ଯାଇଥିଲେ। ଧାନ କାଟିବା ସମୟରେ ପ୍ରଥମେ ଶିଶୁଙ୍କୁ ଓ ପରେ ଅନ୍ୟଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଥିଲା। ଖବର ପାଇ ପରିବାର ଲୋକେ ସମସ୍ତଙ୍କୁ କୋରାପୁଟ ଡାକ୍ତରଖାନାକୁ ଆଣି ଭେଷଜ ମହିଳା ୱାର୍ଡରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି।