ମଣ୍ଡିରେ କିଣା ହେବ ମାଣ୍ଡିଆ

ବରଗଡ, ଏନ୍ଏନ୍ଏସ୍: ଗାଇସିଲେଟ କୃଷି ବିଭାଗ ଓ ଦେବଦତ୍ତ କ୍ଲବର ମିଲିତ ଆନୁକୂଲ୍ୟରେ ଆତ୍ମା ବରଗଡର ସହାୟତାରେ ମାଣ୍ଡିଆ ଚାଷ ଉପରେ ଏକ ସଚେତନ ରଥ ପରିକ୍ରମାର ଉଦଘାଟିତ ହୋଇଯାଇଛି । ସହକାରୀ କୃଷୀ ଅଧିକାରୀ ମଧୁସ୍ମିତା ମିଶ୍ର ରଥର ଉଦଘାଟନ କରିଥିଲେ । ମାଣ୍ଡିଆର ଉପକାରୀ ଗୁଣ ଓ ମାଣ୍ଡିଆର ଚାହିଦା ଉପରେ ଆଲୋଚନା କରି ଏଣିକି ଚଳିତ ଖରିଫ ଋତୁ ପାଇଁ ମାଣ୍ଡିଆ କ୍ୱିଣ୍ଟାଲ ପ୍ରତି ମୂଲ୍ୟ ୩୨୯୫ ଟଙ୍କାରେ ଚାଷୀ ମଣ୍ଡିରେ ମାଣ୍ଡିଆ ବିକ୍ରି କରିପାରିବେ ବୋଲି କହିଥିଲେ । ଚାଷୀ ନିକଟସ୍ଥ କୃଷି ସମବାୟ ସମିତିରେ ମାଣ୍ଡିଆ ବିକ୍ରି କରି ୭୨ ଘଣ୍ଟା ମଧ୍ୟରେ ନିଜ ଦ୍ରବ୍ୟର ସହାୟକ ମୂଲ୍ୟ ପାଇ ପାରିବେ ବୋଲି କହିବା ସହ ଓଡିଶା ମିଲେଟ ମିଶନର ଲକ୍ଷ୍ୟ ଉପରେ ବରଗଡ ଜିଲ୍ଲା ସଂଯୋଜକ ଲୋହିତ କୁମାର ମହନ୍ତ ଆଲୋକପାତ କରିଥିଲେ ।