ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାରେ ଶୁକ୍ରବାର ୫୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତ ସଂଖ୍ୟା ୯୦୩୫ରେ ପହଞ୍ଚିଛି। ସେଥିମଧ୍ୟରୁ ୮୫୨୮ ଜଣ ସୁସ୍ଥ ହୋଇଥିବା ବେଳେ ୪୯୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି । ଗୁରୁବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବରଗଡ଼ ପୌରାଞ୍ଚଳରୁ ୭ ଜଣ, ଅତାବିରା ବ୍ଲକରୁ ୪ ଜଣ , ଅତାବିରା ଏନଏସିରୁ ୨ ଜଣ, ଭେଡେନ ବ୍ଲକରୁ ଜଣେ, ବରପାଲି ଏନଏସିରୁ ଜଣେ, ଭଟଲି ବ୍ଲକରୁ ୪ ଜଣ, ବିଜେପୁର ବ୍ଲକରୁ ଜଣେ, ଝାରବନ୍ଧ ବ୍ଲକରୁ ୪ ଜଣ, ପଦ୍ମପୁର ଏନଏସିରୁ ଜଣେ, ପାଇକମାଲ ବ୍ଲକରୁ ୭ ଜଣ, ଅମ୍ବାଭୋନା ବ୍ଲକରୁ ଜଣେ, ଗାଇସିଲେଟ ବ୍ଲକରୁ ୭ ଜଣ ଏବଂ ସୋହେଲା ବ୍ଲକରୁ ୧୪ ଜଣ ରହିଛନ୍ତି ।