୨୦୫ ଲିଟର ମହୁଲି ମଦ ଜବତ, ୩ ଗିରଫ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ କେନ୍ଦୁଝର ମୋବାଇଲ ସ୍କୁୱାର୍ଡ଼ ତରଫରୁ ଗୁରୁବାର ବିଭିନ୍ନ ଗ୍ରାମରେ ଚଢ଼ଉ କରାଯାଇ ମୋଟ ୨୦୫ ଲିଟର ମହୁଲି ମଦ ଜବତ ସହ ୮ହଜାର ଲିଟର ପୋଚ ନଷ୍ଟ କରାଯାଇଛି। ଗିରଫ ୩ ବ୍ୟକ୍ତି ହେଉଛନ୍ତି ପଳାଶପଡା ର ନରେନ୍ଦ୍ର ମାଝୀ, ମାଛଗଡ଼ ର ହୀରାଲାଲ ମହାନ୍ତ ଓ କୁଣ୍ଢେଇପଡା ର ସୁଜି ମାଝୀ। ଏମାନଙ୍କ ଠାରୁ ୮, ୯ ଓ ୮ ଲିଟର ମହୁଲି ମଦ ଜବତ ହୋଇଥିବା ବେଳେ ଅନ୍ୟ ମାମଲାରେ ୧୮୦ ଲିଟରମହୁଲି ମଦ ଜବତ ହୋଇଛି। ଏହି ଚଢ଼ଉ ରେ ସଦର ଅବକାରୀ ଇନ୍ସପେକ୍ଟର ନିମାଇଁ ଚରଣ ସିଂ ଓ ମୋବାଇଲ ସ୍କୁୱାର୍ଡ଼ ସବ ଇନ୍ସପେକ୍ଟର ରୋହିତ କୁମାର ନାଏକଙ୍କ ସହ ମୋବାଇଲ ସ୍କୁୱାର୍ଡ଼ର କର୍ମଚାରୀ ସାମିଲ ହୋଇଥିଲେ।