ଟିଭିଏସର ନୂଆ ଆପାଚି ଆର‌ଟିଆର ୨୦୦ ୪ଭି ଲଞ୍ଚ‌

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଟିଭିଏସ୍ ଆପାଚି ଆର‌ଟିଆର ସିରିଜ ବାଇକ‌ର ୪ ମିଲିୟନ ବିକ୍ରି ସଫଳତାକୁ ପାଳନ କରିବା ପାଇଁ ଟିଭିଏସ୍ ପକ୍ଷରୁ ଆଜି ଏହାର ନୂତନ ଆପାଚି ଆରଟିଆର ୨୦୦ ୪ଭି ବାଇକ ଲଞ୍ଚ କରାଯାଇଛି । ଏହି ବାଇକର ମୂଲ୍ୟ (ଏକ୍ସ-ଶୋରୁମ ଦିଲ୍ଲୀ) ୧.୩୧ ଲକ୍ଷ ଟଙ୍କା ରହିଛି । ଏହି ବାଇକ ୩ଟି ରାଇଡିଙ୍ଗ୍ ମୋଡ- ସ୍ପୋର୍ଟ, ଅର୍ବାନ୍ ଓ ରେନ୍ ସହିତ ଆସୁଛି । ଏଥିରେ ଏକ ସମର୍ପିତ ରାଇଡ଼ ମୋଡ଼ ସ୍ୱିଚ ରହିଛି ଯାହାକୁ ବାଇକ ଚଲାଇବା ସମୟରେ ମୋଡ଼ ବଦଳାଇବା ପାଇଁ ବ୍ୟବହାର କରାଯାଇପାରିବ ।

ଏଥିରେ ଆଡ଼‌ଜଷ୍ଟେବୁଲ ଫ୍ରଣ୍‌ଟ ସସପେନସନ ରହିଛି ଯାହାକି ଏହି ସେଗ‌ମେଣ୍‌ଟରେ ପ୍ରଥମ । ନୂଆ ଟିଭିଏସ୍ ଆପାଚି ଆରଟିଆର ୨୦୦ ୪ଭିରେ ଥିବା କିଛି ପ୍ରମୁଖ ଟେକ୍ନିକାଲ ଫିଚର ମଧ୍ୟରେ ରେସ ଟ୍ୟୁନ‌ଡ ଫୁଏଲ ଇଞ୍ଜେକ୍ସନ, ରେସ ଟ୍ୟୁନଡ ସ୍ଲିପର କ୍ଲଚ ବ୍ଲୁଟୁଥ ସକ୍ଷମ ଟିଭିଏସ୍ ସ୍ମାର୍ଟଏକ୍ସ କନେକ୍ଟ, ଏଲ‌ଇଡି ହେଡ଼ଲ୍ୟାମ୍ପ୍ ଓ ଡୁଆଲ ଚ୍ୟାନେଲ/ସିଙ୍ଗଲ ଚ୍ୟାନେଲ ଏବିଏସ ଆଦି ସାମିଲ ରହିଛି । ଏହାକୁ ଆଡ଼‌ଜଷ୍ଟେବୁଲ ଲେଭଲର ସହିତ ଅପଡେଟ ମଧ୍ୟ କରାଯାଇଛି ଯାହା ବାଇକରେ ଏକ ପ୍ରିମିୟମ ଟଚ ପ୍ରଦାନ କରୁଛି । ଏହି ବାଇକରେ ୧୯୭.୭୫ ସିସି ସିଙ୍ଗଲ-ସିଲିଣ୍ଡର,ଆରଟି-ଏଫ୍ ଟେକ୍ନୋଲୋଜି ସହିତ ଅଏଲ୍‌-କୁଲ୍ ଇଞ୍ଜିନ୍ ରହିଛି । ଟିଭିଏସ୍ ଅନୁଯାୟୀ, ଏହି ଇଞ୍ଜିନ ୮୫୦୦ ଆରପିଏମରେ ୨୦.୫ ପିଏସର ସର୍ବାଧିକ ପାୱାର ଏବଂ ୭୫୦୦ ଆରପିଏମରେ ୧୬.୮ ଏନଏମର ଟର୍କ ଡେଲିଭର କରୁଛି ।