ଆଜି ରାଜ୍ୟରୁ ଚିହ୍ନଟ ହେଲେ ଆଉ ୧୪୭୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଏବେ ବି ହଜାରେରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହା ରାଜ୍ୟ ପାଇଁ ଚିନ୍ତାର ବିଷୟ ହୋଇଥିବାବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ନିୟମିତ ଟେଷ୍ଟ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟାରେ ପୁଣି ୧୪୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୮୫୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବାବେଳେ ୬୧୯ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଖୋର୍ଦ୍ଧାରୁ ୧୭୫, କଟକରୁ ୧୨୦, ସୁନ୍ଦରଗଡ଼ରୁ ୧୦୪, ବଲାଙ୍ଗିରରୁ ୮୯, ବାଲେଶ୍ୱରରୁ ୭୮, ଅନୁଗୁଳରୁ ୭୬, ପୁରୀରୁ ୭୩, କେନ୍ଦୁଝରରୁ ୬୯, ବରଗଡ଼ରୁ ୬୮, ଜଗତସିଂହପୁରରୁ ୬୭, କେନ୍ଦ୍ରାପଡ଼ାରୁ ୫୬, ମୟୂରଭଞ୍ଜରୁ ୫୨, ନୂଆପଡ଼ାରୁ ୪୬, ଯାଜପୁର ଓ ଝାରସୁଗୁଡ଼ାରୁ ୩୯ ଜଣ ଲେଖାଏଁ, ସମ୍ବଲପୁରରୁ ୩୭, କଳାହାଣ୍ଡିରୁ ୩୬, ଗଞ୍ଜାମରୁ ୩୩, ନବରଙ୍ଗପୁରରୁ ୩୦, ମାଲକାନଗିରିରୁ ୨୯, କୋରାପୁଟରୁ ୨୩, ନୟାଗଡ଼ରୁ ୨୦, ଭଦ୍ରକ ଓ କନ୍ଧମାଳରୁ ୧୯ ଜଣ ଲେଖାଏଁ, ଢ଼େଙ୍କାନାଳରୁ ୧୮, ଦେବଗଡ଼ ଓ ରାୟଗଡ଼ାରୁ ୭ ଜଣ ଲେଖାଏଁ, ଗଜପତି, ସୋନପୁର ଓ ବୌଦ୍ଧରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟପୁଲରୁ ମଧ୍ୟ ୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

ଫଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୫,୮୮୯ରେ ପହଞ୍ଚିଛି। ସେଥିରୁ ୨,୮୦,୫୫୩ ଜଣ ସୁସ୍ଥ ହୋଇସାରିଥିବାବେଳେ ୧୩,୯୧୯ ଜଣ ସକ୍ରିୟ ଅଛନ୍ତି।