କାଲିଠୁ ଦିଲ୍ଲୀରେ ପୂର୍ଣ୍ଣ କ୍ଷମତାରେ ବସ୍ ଚାଲିବ

ନୂଆଦିଲ୍ଲୀ,ଏଜେନ୍ସି: ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ଭୂତାଣୁ ସଂକ୍ରମଣ କମିନଥିବାବେଳେ ରାଜ୍ୟ ପରିବହନ ମନ୍ତ୍ରୀ କୈଳାସ ଗେହଲଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ତଥା ନଭେମ୍ବର ୧ ତାରିଖ ଠାରୁ ଦିଲ୍ଲୀର ସମସ୍ତ ବସକୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି। ଯେଉଁଥିରେ ବସର ସବୁ ସିଟରେ ଯାତ୍ରୀମାନେ ଯାତ୍ରା କରିପାରିବେ।

ସୂଚନା କ୍ରମେ ଚଳିତ ସପ୍ତାହରେ ରାଜଧାନୀରେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗି ଦୈନିକ ସଂକ୍ରମଣଠୁ ୪ ଗୁଣା ବୃଦ୍ଧି ପାଇଛି। ସଂଶୋଧିତ ନିର୍ଦ୍ଦେଶ ଅନୁସାରେ ଏହି ନିଷ୍ପତ୍ତି ହୋଇଛି। ତେବେ ବସରେ ଯାତ୍ରା ସମୟରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ସେହିପରି ବସରେ ସିଟ୍ ବ୍ୟତୀତ କୌଣସି ବ୍ୟକ୍ତି ଛିଡା ହୋଇ ଯାତ୍ରା କରିପାରିବେନି। ଯାତ୍ରୀମାନେ ଯେପରି ନିଜ ସୁରକ୍ଷାରେ ଯିବେ ସେ ନେଇ ନିଜେ ସୁନିଶ୍ଚିତ କରିବେ ବୋଲି କୁହାଯାଇଛି।

ଏହା ପୂର୍ବରୁ ଡିଟିସି ଓ କ୍ଲଷ୍ଟର ବସରେ ୪୦-୪୫ ସିଟ ଥିବାବେଳେ ସେଥିରେ ୨୦ ଜଣ ଯାତ୍ରୀ ଯିବା ନେଇ ଅନୁମତି ଥିଲା।