ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରୁ ଆଜି ପୁଣି ୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ତେବେ ସୂଚନା ଅନୁସାରେ ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ ସଂଗରୋଧ କେନ୍ଦ୍ରରୁ ଓ ୬୨ ଜଣ ଲୋକାଲ ଅଞ୍ଚଳର ବୋଲି ଜଣାପଡ଼ିଛି।
ସେହିପରି ସଂଗରୋଧ ଆକ୍ରାନ୍ତଙ୍କ ମଧ୍ୟରେ ଚନ୍ଦ୍ରଶେଖରପୁର, କାନନ ବିହାର ଓ ପଟିଆ ଅଞ୍ଚଳରୁ ୨ ଜଣ ଲେଖାଏଁ ରହିଛନ୍ତି। ଅନ୍ୟପଟେ ଲୋକାଲ ଅଞ୍ଚଳରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖଣ୍ଡଗିରି, ନିଳାଦ୍ରୀ ବିହାର, ଓଲ୍ଡ ଟାଉନ ଓ ଶୈଳଶ୍ରୀ ବିହାରରୁ ୪ ଜଣ ଲେଖାଏଁ ଏବଂ କାନନ ବିହାର ଓ ସହିଦ ନଗରରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି।
ଏହି ପରିପ୍ରେକ୍ଷୀରେ ଆଜି ରାଜଧାନୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯, ୧୫୩ରେ ପହଞ୍ଚିଛି। ସେଥିରୁ ୨୭, ୫୪୩ ଜଣ ସୁସ୍ଥ ଓ ୧୬୬ ଜଣ ମୃତ୍ୟୁ ବରଣ କରିସାରିଥିବା ବେଳେ ୧୪୨୩ ଜଣ ସକ୍ରିୟ ରହିଥିବା ଜଣାପଡ଼ିଛି।