ଆଣ୍ଟି କରପସନ ଇଣ୍ଟେଲିଜେନ୍ସ କମିଟି ଓଡ଼ିଶା ଶାଖାର ଜରୁରୀ ବୈଠକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଣ୍ଟି କରପସନ ଇଣ୍ଟେଲିଜେନ୍ସ କମିଟି ଓଡ଼ିଶା ଶାଖାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ଓଡ଼ିଶା ସରକାରଙ୍କ ଭିଜିଲାନ୍ସ ସପ୍ତାହ ଉପଲକ୍ଷେ ଏହାର ଉପାଦେୟତା ବିଷୟରେ କର୍ମକର୍ତ୍ତାମାନେ ଆଲୋଚନା କରିଥିଲେ। ସରକାରଙ୍କର ଭିଜିଲାନ୍ସ ସପ୍ତାହରେ ବିଭିନ୍ନ ଜିଲ୍ଲା କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରାଯାଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା।

ଏହି ଆଲୋଚନାରେ ସର୍ବଭାରତୀୟ ସେକ୍ରେଟାରୀ ଜେନେରାଲ ଶ୍ରୀଯୁକ୍ତ ଡଃ ବିପିନ ବିହାରୀ ମିଶ୍ର, ଓଡ଼ିଶା ଶାଖାର ସେକ୍ରେଟାରୀ ଜେନେରାଲ ଲାୟନ ଇଂ ବିପିନ ବିହାରୀ ନାୟକ, ଉପସଭାପତି ପରିକ୍ଷିତ ଜେନା ଓ ଓଡ଼ିଶା ଷ୍ଟେଟ କୋଅର୍ଡ଼ିନେଟର ବାଳକୃଷ୍ଣ ରାଉତ ପ୍ରମୁଖ ଯୋଗଦେଇଥିଲେ। ବିଭିନ୍ନ ଜିଲ୍ଲା କମିଟିମାନଙ୍କ ଠାରୁ ମତାମତ ଗ୍ରହଣ କରାଯାଇ ଆଗାମୀ ଦିନରେ କିପରି ଗୁରୁତ୍ୱ ଦିଆଯାଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିହେବ, ସେ ବିଷୟରେ ପରାମର୍ଶ ଦେଇଥିଲେ।